News
WhatsApp Image 2023-10-04 at 17.25.00
samparksetu

ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି ଘାଗରାମୁଣ୍ଡା ଠାରୁ ଖାଇରମୁଣ୍ଡା ରାସ୍ତା

କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ଏକ ଆଦିବାସୀ ବହୁଳ ପଞ୍ଚାୟତ। କଙ୍କଡ଼ାହାଡ଼ ବ୍ଲକ ଠାରୁ ଘାଗରାମୁଣ୍ଡା ୫୦କିମି ଦୂରତା ସରକାର ବିଭିନ୍ନ ଯୋଜନା ଆସୁଥିଲେ ମଧ୍ୟ କୌଣସି କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ।

କିଛି କାମ ଅଧାରେ ପଡ଼ି ରହିଛି ଯାହା ଫଳରେ ବିଲ୍ ହେବାରୁ ବାଧକ ହେଉଛି ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି ଘାଗରାମୁଣ୍ଡା ଠାରୁ ଖାଇରମୁଣ୍ଡା ରାସ୍ତାର ଉନ୍ନତି କରଣ। ଏହି ରାସ୍ତା ମନରେଗା ଯୋଜନା ର ୨୦୨୨-୨୦୨୩ ଆର୍ଥିକ ବର୍ଷ ୫ଲକ୍ଷ ଟଙ୍କା ମଜୁରୀ ହୋଇଛି। କୋର୍ଡ ୨୪୦୭୦୦୫୦୦୯/ଆର୍ ସି/୧୦୫୪୦୯୫୧। ୱେବ୍ ସାଇଡ ର ରୋଲ ନଂ -୧୫୮୧୦,୧୫୮୧୧,୧୫୮୧୨,୧୫୮୧୩ ,ଅନୁସାରେ ଜବ୍ କାର୍ଡ ଶ୍ରମିକମାନଙ୍କ ଆକାଉଣ୍ଟ କୁ ୩୯୯୬୦ ଅଣଚାଳିଶ ହଜାର ନଅ ଶହ ସାଠିଏ ଟଙ୍କା ଯାଇଛି ବୋଲି ୱେବ୍ ସାଇଡରୁ ଜାଣିବାକୁ ମିଳିଛି। ମାଟି ନ ପକାଇ ଠିକାଦାର ଚତୁର ସହିତ ମେସିନ ଦ୍ଵାରା ଅଳ୍ପ ମୋରମ ପକାଇଥିବା ବେଳେ ରାସ୍ତାର ରୂପରେଖା କାଦୁଅ ପଚପଚ୍ ହୋଇ ପଡ଼ିରହିଛି। ଠିକାଦାର ମନ ଇଚ୍ଛା ମାଟି ନ ପକାଇ ଅଳ୍ପ ମୋରମ ପକାଇ କାମ କରି ଥିବାରୁ ଲୋକମାନେ ହଇରାଣ ହେଉଥିବାର ସାଧାରଣରେ ଚର୍ଚ୍ଚା ।

new life
You might also like
error: Content is protected !!