News
WhatsApp Image 2023-10-04 at 17.25.00
samparksetu

ରାସ୍ତା ଉପରେ ଆବର୍ଜନା ଏବଂ ମଦ ବୋତଲ ରଖି ପ୍ରତିବାଦ କଲେ ହକି ଖେଳାଳୀ !

ଢେଙ୍କାନାଳ ଷ୍ଟାଡିୟମ ମଦ୍ୟପଙ୍କ ଆଡ଼ା ସ୍ଥଳୀ ପାଲଟିଥିବା ବେଳେ ସକାଳୁ ଖେଳା ଅଭ୍ୟାସ କରିବା ସମୟରେ ପଡିଆ ସାରା ମଦ ବୋତଲ ପଡିଥାଏ ଏହାକୁ ବାରମ୍ବାର ଖେଳାଳି ସଫା କରିଥାନ୍ତି ।

ଅନ୍ୟପଟେ ପଡ଼ିଆଟିରେ ଆବର୍ଜନାମୟ ହୋଇ ପଡୁଥିବା ନେଇ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଏନେଇ ଆଜି ରାସ୍ତା ଉପରେ ଆବର୍ଜନା ଏବଂ ମଦ ବୋତଲ ରଖି ହକି ଖେଳାଳୀ ମାନେ ପ୍ରତିବାଦ ଜଣାଇଥିଲେ । ତେବେ ପରେପରେ ଚେୟାରମ୍ୟାନ ଏବଂ ଏସଡିପିଓ ଆସି ବୁଝାସୁଝା କରିଥିବାରୁ ପ୍ରତିବାଦ ରୁ ଓହୋରିଥିଲେ ଖେଳାଳି । ଅନ୍ୟପଟେ ଏହାର ସ୍ଥାୟୀ ସମାଧାନ ପାଇଁ ଆଗକୁ ଅଧିକାରୀ ଙ୍କ ସହ ଖେଳାଳୀ ଙ୍କ ଆଲୋଚନା ହେବ ବୋଲି ଜଣାଯାଇଛି ।

new life
You might also like
error: Content is protected !!