News
WhatsApp Image 2023-10-04 at 17.25.00
samparksetu

ଫ୍ୟାନ ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଢେଙ୍କାନାଳ ସହରର କାଞ୍ଚନ ବଜାରର ସୁରଜ ପାଣ୍ଡେ (୩୨) ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ଗତକାଲି କୌଣସି କାରଣରୁ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ସେ ଏକ ଘର ଭିତରେ ଫ୍ୟାନରେ ରଶି ଲଗାଇ ଦେଇଥିଲେ ।

ଆଜି କବାଟ ନଖୋଲିବାରୁ ପରିବାର ଲୋକ ବହୁବାର ଡାକିଥିଲେ । ଶେଷରେ କବାଟ ଭାଙ୍ଗିବାରୁ ସେ ଫ୍ୟାନରେ ଝୁଲିପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ପ୍ରକୃତ କାରଣ ଜଣା ପଡିନାହିଁ ।

ଅନ୍ୟପଟେ ସଦର ଥାନା ତାଳବରକୋଟର ସୂର୍ଯ୍ୟନାରାୟଣ ରାଉତ(୪୦) ମଧ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି କୌଣସି କାରଣକୁ ନେଇ ଭାଇଭାଇ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ସେ ମଧ୍ୟ ଏକ ଘରେ ଫାନରେ ସରି ଲଗାଇ ଦେଇଥିଲେ । ସଦର ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

new life
You might also like
error: Content is protected !!