News
WhatsApp Image 2023-10-04 at 17.25.00
samparksetu

ଜନସାଧାରଣ ଙ୍କ ପାଇଁ ବାଧ୍ୟତାମୂଳକ ଏଚଏସଆରପି, ପୌରପାଳିକା ପାଇଁ ପରିବହନ ଅଧିକାରୀଙ୍କ ଅନୁକମ୍ପା

ବିନା ନମ୍ୱର୍ ପ୍ଲେଟରେ ଚାଲିଛି ଢେଙ୍କାନାଳ ପୌରପାଳିକାର ସଫେଇ ଗାଡ଼ି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ପୋୖରାଞ୍ଚଳରେ । ବିଭିନ୍ନ ଅଂଚଳରେ ପୋଲିସ ଗାଡ଼ି କାଗଜ ପତ୍ର ଯାଞ୍ଚ କରିଥାଏ । ବିଶେଷ କରି ଚୋରା ଗାଡ଼ି ଉପରେ ପୋଲିସ ଏବଂ ପରିବହନ ବିଭାଗର ତିକ୍ଷ୍ଣ ନଜର ରଖିଥାଏ । ଗାଡିରେ ନମ୍ବର ପ୍ଲେଟ ନଥିଲେ ମାଡି ବସନ୍ତି ଅଧିକାରୀ । ତେବେ ନୂଆ ମୋଟର ଭେଇକିଲ ଆକ୍ଟ ନିୟମ ଆସିବା ପରଠୁ ସୋରୁମ ରୁ ନମ୍ବର ନହୋଇ ବାହାରି ପାରିବନି ଗାଡି ଅନ୍ୟପଟେ ଏଚଏସଆରପି ନମ୍ବର ପ୍ଲେଟ ନଥିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥାଏ ।

ହେଲେ ନମ୍ବର ପ୍ଲେଟ ନଥିବା ପୋଲିସ ଗାଡି ଏବେ ଜଗତସିଂହପୁର ରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟମାନଙ୍କୁ ସଡକ ସୁରକ୍ଷା ନିୟମ ଶିଖାଉଥିବା ପୋଲିସ ନିଜେ ନିୟମକୁ ବେଖାତିର କରୁଛି । ଏହି ନମ୍ବର ବିହୀନ ପୋଲିସ ଗାଡିକୁ ଧରିବ କିଏ ? ଆଉ ଏଥିପାଇଁ ଜରିମାନା କିଏ ଦେବ ?ଆଗରୁ ମଧ୍ୟ ତିର୍ତ୍ତୋଲ ଥାନା ଗାଡ଼ି ଲୋକମାନେ ପେଲି ପେଲି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ପୋଲିସ ଯଦି ଏମିତି କରିବ ସାଧାରଣ ଜନତା କ’ଣ ଶିଖିବେ ।

new life
You might also like
error: Content is protected !!