News
WhatsApp Image 2023-10-04 at 17.25.00
samparksetu

ଷଷ୍ଠ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ

କାମାକ୍ଷାନଗର ଥାନା ମଠକରଗୋଳା ପଞ୍ଚାୟତ ଅଧିନସ୍ତ ବାଲିସାହି ର ଜଣେ ଷଷ୍ଠ ଶ୍ରେଣୀ ର ଛାତ୍ର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଏ ଯେ, ମଠକରଗୋଳା ଗାନ୍ଧୀ ଛକ ରେ ଥିବା ଓଁ ସରସ୍ବତୀ ଶିଶୁ ମନ୍ଦିର ର ଷଷ୍ଠ ଶ୍ରେଣୀ ର ଛାତ୍ର ସେହ୍ନାଶୁ ନାୟକ (୧୨) ଶୁକ୍ରବାର ଦିନ ବିଦ୍ୟାଳୟ କୁ ଆସିଥିଲେ ।

ଶନିବାର ଜ୍ୱର ହେବାରୁ ତାଙ୍କ ବାପା ବାବୁନି ନାୟକ ପ୍ରଥମେ କାମାକ୍ଷା ପରେ ଢେଙ୍କାନାଳ ଓ କଟକ ନେଇ ଚିକିତ୍ସା କରାଇଥିଲେ । ରବିବାର ରାତିରେ ମୃତ୍ୟୁ ଘଟିଛି । ସୋମବାର ବିଦ୍ୟାଳୟ ରେ ପ୍ରାଥନା ପରେ ଶୋକ ସଭା କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅହଲ୍ୟା ନାୟକ, ସଂପାଦକ ବିଭୁତି ଜେନା ସଭାପତି ସନ୍ଧ୍ୟାରାଣୀ ନାୟକ ଙ୍କ ସମେତ ବିଦ୍ୟାର୍ଥୀ ମାନେ ଶୋକବ୍ୟକ୍ତ କରିଥିଲେ ।

new life
You might also like
error: Content is protected !!