News
WhatsApp Image 2023-10-04 at 17.25.00
samparksetu

ଘରକୁ ଫେରିଲେ ସନାତନ

ମହାରାଷ୍ଟ୍ର ର ନାସିକ କୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବା କାଉଁରିଆପାଳ ର ସନାତନ ସ୍ୱାଇଁ (ସନେଇ) ଗତକାଲି ଘରକୁ ଫେରିଛନ୍ତି ।ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ,ସନାତନ ନାସିକ ରେ ଆଗରୁ ୨ ମାସ ରହି କାମ କରିଥିଲେ । କିଛିଦିନ ଘରକୁ ଆସି ପୁଣି ନାସିକ ଫେରିଥିଲେ କିନ୍ତୁ ସେଠାରେ ଅସୁସ୍ଥତା କାରଣରୁ ଔଷଧ ଆଣିବାକୁ ମେଡ଼ିକାଲ ଷ୍ଟୋର କୁ ଯାଇ ବାଟବଣା ହୋଇଯାଇଥିଲେ ।

୨ ମାସ ରହିବା ସତ୍ତ୍ୱେ ନାସିକ ର ରାସ୍ତାଘାଟ ସହିତ ବିଶେଷ ପରିଚିତ ନଥିବାରୁ କୌଣସି ଏକ ଅଜଣା ସ୍ଥାନରେ ପହଞ୍ଚି ନିରୁପାୟ ହୋଇ ଏକ ଚା ଦୋକାନରେ ନିଜର ଅସୁବିଧା ଜଣାଇବା ପରେ ଚା ଦୋକାନୀ ଜଣକ ତାଙ୍କୁ କିଛିଦିନ ପାଖରେ ରଖି ଓଡ଼ିଶା ଫେରିବାରେ ସାହାଯ୍ୟ କରିଥିଲେ ।

କିନ୍ତୁ ସନାତନ କୌଣସି ଏକ ସ୍ଥାନରେ ଫସି ରହିଛନ୍ତି ଓ ୫୦ ହଜାର ଟଙ୍କା ପଠାଇଲେ ସେ ମୁକୁଳିବେ ବୋଲି ବାରମ୍ବାର ଫୋନ ଯୋଗେ ମିଛ ସୂଚନା ଦେଇ ପରିବାର ଲୋକଙ୍କୁ ଚିନ୍ତାରେ ପକାଇଥିଲେ ପାଖ ଗୁଣଦେଇ ଗାଁର ଜଣେ ବ୍ୟକ୍ତି ।ସନାତନ ଓ ଆଖପାଖ ଗାଁ ର କିଛି ଲୋକଙ୍କୁ ନେଇ ସେଠାରେ କାମରେ ରଖାଇ ଦେବାକୁ କହି ନେଇଥିଲେ ଚରଣ ବୋଲି ଜଣେ ବ୍ୟକ୍ତି । ହେଲେ ସନାତନ ନିଖୋଜ ହେବାପରେ ଚରଣ ନିଜର ଚପଳତା ଦ୍ୱାରା ଟଙ୍କା ହଡ଼ପ କରିବା ଖବର ଏବେ କାଉଁରିଆପାଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

new life
You might also like
error: Content is protected !!