News
WhatsApp Image 2023-10-04 at 17.25.00
samparksetu

ଠିକାଦାର କାଟିଦେଲା ପାଇପ ଲାଇନ , ପାନୀୟ ଜଳ ଯୋଗାଣ ଠପ୍ ଅଭିଯୋଗ

ଓଡ଼ାପଡ଼ା ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ପାଇପ କୁ ରେଳ ଲାଇନ କଡ଼ରୁ ରେଳବାଇ ଠିକାଦାର କଲଭର୍ଟ ପାଇଁ ମାଟି ଖୋଳୁଥିବା ବେଳେ ଟାଇପ ଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଫଳରେ ଗତ ୧୦ ଦିନ ଧରି ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ଓଡ଼ାପଡ଼ା ସରପଞ୍ଚ ସୁଭଦ୍ରା ସାହୁ ଙ୍କ ସହିତ ଗ୍ରାମ ବାସୀ ମାନେ ଗତ ୪ ତାରିଖ ଦିନ ଓଡ଼ାପଡ଼ା ବ୍ଲକ ଜନ ଶୁଣାଣି ଶିବିର ରେ ଲିଖିତ ଅଭିଯୋଗ କରିଛନ୍ତି । ଠିକାଦାର କିମ୍ବା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନେଇ ନଥିବାରୁ ଜନ ସାଧାରଣ ପାନୀୟ ଜଳ ନପାଇ ଦହଗଞ୍ଜ ହେଉଥିବା ଦେଖିବାକୁ ମିଳିଛି ।

ତୁରନ୍ତ ନୂତନ ପାଇପ ଲଗାଯାଇ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଅନ୍ୟଥା ଆଦୋଳନ କରିବା ପାଇଁ ଗ୍ରାମ ର ସୁବ୍ରତ କୁମାର ମହାନ୍ତି, ବୃନ୍ଦାବନ ସାହୁ,ପ୍ରଵିଣ ନାୟକ, ପରମେଶ୍ବର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!