News
WhatsApp Image 2023-10-04 at 17.25.00
samparksetu

ସମସ୍ୟା ଘେରରେ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସି ୨ ନଂ ୱାର୍ଡରେ ୧୯୮୬ ମସିହା ଠାରୁ ସ୍ଥାପିତ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟଟି ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ରହି ଆସିଛି। ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇ ଆସି ଏଠାରେ ଏନ୍ ଏ ସି ସମେତ ଆଖ ପାଖ କେତୋଟି କ୍ଳଷ୍ଟରକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ଥିଲା। ତେବେ ଗତ ୩/୪ ବର୍ଷ ହେବ ବିଦ୍ୟାଳୟ ମୁଖ୍ୟ ଫାଟକ ଉପରେ ଲେଖା ଯାଇଥିବା ପ୍ରକଳ୍ପ ଶବ୍ଦ ଟିକୁ କାଟି ଦିଆ ଯାଇଥିବାରୁ ଏଠାରେ ଆଉ ପୂର୍ବ ଭଳି କେତେକ ସ୍କୁଲ ସ୍ତରୀୟ କାର୍ଯ୍ୟକ୍ରମ କରା ଯାଉ ନଥିବା ଦେଖା ଯାଉଛି।

ଆଖ ପାଖ ପଠାଣି ପୋତା, ହରିହାଟ ସାହି, କମଣ୍ଡଳି, ବାଙ୍କୁଆଳ, ମୁଣ୍ଡହତା, ହରିହାଟ (ଘାଷି ସାହି) ଆଦିର ପିଲା ମାନେ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରନ୍ତି। ଅଧୁନା ୧୮୦ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ଅଛନ୍ତି ମାତ୍ର ୪ ଜଣ ଶିକ୍ଷୟିତ୍ରୀ।

ଚଳିତ ବର୍ଷ ପ୍ରଥମ ଭାଗରେ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଥିବା ବେଳେ ଗତ ବର୍ଷ ଜଣେ ଶିକ୍ଷକଙ୍କ ଅକାଳ ବିୟୋଗ ଘଟିଥିଲା। ସେହିଭଳି ଅନ୍ୟ ଜଣେ ଶିକ୍ଷିୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ଦିଆ ଯାଇଥିବା ବେଳେ ତାଙ୍କ ସ୍ଥାନ ପୂରଣ ହୋଇ ପାରିନାହିଁ। ଫଳରେ ବର୍ତ୍ତମାନ ଜଣେ ଶିକ୍ଷୟିତ୍ରୀ ଦୁଇ ଦୁଇ ଗୋଟି ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପାଠ ପଢ଼ାଉ ଅଛନ୍ତି। ମୁଖ୍ୟ ରାସ୍ତା ପାଖକୁ ଲାଗି ସ୍କୁଲଟି ଗଢି ଉଠି ଥିବା ବେଳେ ଆଜି ପର୍ଯ୍ୟନ୍ତ ଚାରି ପାଖରେ ପାଚେରୀ ନିର୍ମାଣ ହୋଇ ପାରୁ ନାହିଁ। ଫଳରେ ବହୁ ଘାସ ଲଟା ପୁରୀ ଯାଇ ସର୍ବଦା ସାପ ମାନଙ୍କ ବିଚରଣ ସ୍ଥଳ ପାଲଟି ଯାଇଛି। ଏହି ନିକଟରେ ସପ୍ତାହେ ମଧ୍ୟରେ ସ୍କୁଲ ପରିସରରେ ଓ ଶ୍ରେଣୀ ଗୃହ ମଧ୍ୟରେ ୫/୬ ଗୋଟି ବିଷ ଧର ସାପ ଠାବ କରାଯାଇଛି।

ଫଳରେ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଆତଙ୍କ ଖେଳି ଯାଇଛି। ବିଦ୍ୟାଳୟ ମଧ୍ୟରେ ୧୯୯୪ ମସିହାରେ କେ.ଏଲ୍ ଗ୍ରାଣ୍ଟ ଅନୁଦାନ ଅର୍ଥରେ ୯୦ ହଜାର ଟଙ୍କା ବ୍ୟୟରେ ଏକ ଶ୍ରେଣୀ ଗୃହ ନିର୍ମାଣ କରାଯାଇ ତାକୁ ଅଧାରୁ ଭାବେ ଛାଡ଼ି ଦିଆ ଯାଇଥିବାରୁ ତାହା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଠିକ ମଧ୍ୟ ଭାଗରେ ଛିଡ଼ା ହୋଇ ରହିଛି। ଏହିଭଳି ଅନେକ ସମସ୍ୟା ଦେଇ ବିଦ୍ୟାଳୟଟି ଗତି କରୁଥିବା ବେଳେ ସରକାରୀ ସ୍ତରରେ ଆଦୌ ଦୃଷ୍ଟି ଦିଆ ଯାଉ ନଥିବାରୁ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ଶିକ୍ଷକ ପଦବୀ ପୂରଣ, ଚାରି ପାଖରେ ପାଚେରୀ ନିର୍ମାଣ ସହିତ ବହୁ ବର୍ଷର ଅଧା ପନ୍ତରିଆ ଶ୍ରେଣୀ ଗୃହଟିକୁ ନିର୍ମାଣ କରାଇ କାର୍ଯ୍ୟକ୍ଷମ କରାଇବାକୁ ଅଵିଭାବକ ମାନେ ଦୃଢ଼ ଦାବି କରୁଛନ୍ତି।

new life
You might also like
error: Content is protected !!