News
WhatsApp Image 2023-10-04 at 17.25.00
samparksetu

ପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ପୌରାଞ୍ଚଳ ଶିମିଳିଆର ଲଳିତ କୁମାର ଷଣ୍ଢ(୪୦) ,ଆଜି ସଜନା ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ , ଲଳିତ ପ୍ରତିଦିନ ମଦ୍ୟପାନ କରି ପତ୍ନୀ ଓ ପରିବାର ଲୋକଙ୍କ ସହ ପାଟୁତୁଣ୍ଡ କରିଥାନ୍ତି । ଏହାକୁ ନେଇ ପରିବାରରେ ଅଧିକାଂଶ ଦିନ ବିଶୃଙ୍ଖଳା ଲାଗି ରହୁଥିଲା । କିଛି ଦିନ ହେଲା ତାଙ୍କ ପତ୍ନୀ ବାପ ଘରକୁ ଯାଇଥିଲେ । ତେବେ କୌଣସି କାରଣରୁ ଆଜି ଭୋର ସମୟରେ ଲଳିତ ଘର ନିକଟରେ ଥିବା ଏକ ସଜନା ଗଛରେ ଏକ ଗାମୁଛାରେ ଝୁଲିପଡିଥିଲେ । ସକାଳୁ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!