News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା ଦଦରା ଘରେ ରହୁଛନ୍ତି ଭୁବନ ଥାନା କର୍ମଚାରୀ

ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ଥିବା ଥାନା ଭୁଷଳ ଛକକୁ ସ୍ଥାନାନ୍ତର କରାଯିବା ପରେ ପୁରୁଣା ଥାନା ଅବହେଳିତ ହୋଇ ପଡ଼ି ରହିଛି । ଥାନାର ଭଙ୍ଗା ଦଦରା ଘରେ ଜୀବନକୁ ବାଜି ଲଗାଇ କେତେକକର୍ମଚାରୀ ରହୁଥିବାର ଜଣାପଡିଛି ।

ଭୁବନ ଥାନାରେ ଜଣେ ଥାନାଧିକାରୀଙ୍କ ସହିତ ୨ଜଣ ସବ ଇନିସ୍ପେକଟର ,୨ ଜଣ ଏଏସଆଇ,୮ଜଣ କନେଷ୍ଟବଳଙ୍କ ସହିତ ତିନି ଜଣ ମହିଳା କନେଷ୍ଟବଳ ଓ ୩୮ ଜଣ ହୋମ ଗାର୍ଡ କାର୍ଯ୍ୟ କରୁଛନ୍ତି । ଭୁବନ ଥାନାରେ କର୍ମଚାରୀ ମାନେ ଦିନ ରାତି ରହି କାର୍ଯ୍ୟ କରିଥିବା ବେଳେ ଆଇନ ଶୃଙ୍ଖଳା ଦିଗରେ ତପ୍ତର ରହିଛନ୍ତି । କିନ୍ତୁ ପୋଲିସ କର୍ମଚାରୀଙ୍କ ପରିବାର ଏବଂ ଧନଜୀବନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଭୁବନ ଥାନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଫଳରେ ପୁରୁଣା ଥାନାରେ ଭଙ୍ଗାରୁଜା ଦଦରା ଘରେ ନିଜ ପିଲା ମାନଙ୍କ ସହିତ କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇ ରହୁଥିବାର ଦେଖିବାକୁ ମିଲିଛି । କର୍ମଚାରୀଙ୍କ ରହିବା ପାଇଁ ବାସଗୃହ ବ୍ୟବସ୍ଥା ନଥିବାରୁ ସେମାନେ ବାଧ୍ୟ ହୋଇ ସେଠାରେ ରହୁଛନ୍ତି ।ଘର ଗୁଡିକ ର ଛାତ ଫାଟି କେଉଁଠି ପାଣି ଗଳୁଛି ତ କେଉଁଠି ବାଉଁଶ ଦିଆଯାଇ ରଖାଯାଇଛି । ପାଣି ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ବହୁ ବର୍ଷର ପୁରୁଣା କୂଅଟି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ପାଣି ବି ବ୍ୟବହାର ଉପଯୋଗୀ ନୁହଁ ।

ବାସଘର ଚାରିପାଖରେ ବଣବିଦା ଉଠି ପରିପୂର୍ଣ୍ଣ ହୋଇଥିବା ବେଳେ ବିଷଧର ସାପଙ୍କ ସହିତ ଅନ୍ୟ ବିଷାକ୍ତ ଜୀବଜନ୍ତୁଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । କୌତୁହଳର ବିଷୟ ହେଉଛି ଏଠାରେ ସରକାରଙ୍କର ଆହାର କେନ୍ଦ୍ର ଚାଲିଥିବା ବେଳେ ଏନଏସିର ମାଳମାଳ ଅଳିଆ ବୁହା ଟ୍ରଲି ସହିତ ୧୦୮ ଆମ୍ବୁଲାନ୍ସର ରହଣି ସ୍ଥାନ ପାଲଟିଛି । ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ ଧରି କର୍ମଚାରୀ ମାନେ ରହୁଥିବା ବେଳେ ଅସୁରକ୍ଷିତ ଭାବରେ ନିଜ ପରିବାରକୁ ନେଇ ରହୁଥିବା କର୍ମଚାରୀ ଅନ୍ୟମାନଙ୍କୁ କିପରି ସୁରକ୍ଷା ଦେବେ ତାକୁ
ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରିସରରେ ଏନଏସି ତରଫରୁ ଶୌଚାଳୟ ନିର୍ମାଣ ହୋଇଥିବା ବେଳେ ତାହା କାର୍ଯ୍ୟକ୍ଷମ ନହୋଇ ପଡିରହିଛି । ଚାରିପାଖରେ ଜବର ଦଖଲକାରୀ ମାନେ ଜମିକୁ ଜବର ଦଖଲ କରିବାରେ ବ୍ୟସ୍ତ । ତୁରନ୍ତ କର୍ମଚାରୀଙ୍କ ପରିବାର ପ୍ରତି ଦୃଷ୍ଟି ଦେଇ ସେମାନଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଦାବି ହୋଇଛି ।

new life
You might also like
error: Content is protected !!