News
WhatsApp Image 2023-10-04 at 17.25.00
samparksetu

ଅଳ୍ପ ମୋରମ ପକାଇ ଠକିଦେଲା ଠିକାଦାର

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ଆସୁଛି , କିନ୍ତୁ ତାହା ସଠିକ୍ ରୂପରେ କାର୍ଯ୍ୟକାରୀ କରାଯାଉନାହିଁ। ଯାହା ଗରିବ ଖଟିଖିଆ ଲୋକ ହଇରାଣ ହେଉଛନ୍ତି। ରାସ୍ତା ହେଉ କି ପୋଖରୀ କିମ୍ବା ମାଟି କେନାଲ ଯାହା ସବୁ ମନରେଗା ଯୋଜନାରେ ଆସୁଛି ।

ଲୋକ ମାନେ କାମ କରିବା କଥା କିନ୍ତୁ ଠିକାଦାର ଚତୁର ସହିତ ମେସିନ ଦ୍ଵାରା ଅଳ୍ପ କାମ କରି ଠକି ଦେବାର ଅଭିଯୋଗ ହେଉଛି ।କଙ୍କଡ଼ାହାଡ଼ ବ୍ଲକ୍ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ହୋଇଥିବାରୁ ସବୁ ଯୋଜନା ଫେଲ ମାରୁଛି। କଙ୍କଡ଼ାହାଡ଼ ବ୍ଲକ୍ ଚାନ୍ଦପୁର ପଞ୍ଚାୟତ ର ଏମିତି ଏକ ରାସ୍ତା ହୋଇଛି କାଉଁଶିନାଳି ରାସ୍ତା ଠାରୁ ଚାନ୍ଦପୁର ବାଇପାସ୍ ରାସ୍ତାରେ ଅଳ୍ପ ମୋରମ ପକାଇ ଉଠାଇଛନ୍ତି ବୋଲି ୱେବ୍ ସାଇଟ୍ ରେ କୋର୍ଡ -୨୪୦୭୦୦୫୦୦୬/ଆର୍ ସି/୧୦୫୫୬୯୭୯ ଏହି ବିଷୟରେ ଜି ଆର୍ ଏସ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହିତ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ଫୋନ୍ ଉଠାଇ ନ ଥିଲେ। ଏହା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଜିଲ୍ଲାପାଳଙ୍କୁ କାର୍ଯ୍ୟନୁଷ୍ଟାନ ପାଇଁ ଅନୁରୋଧ କରିଛନ୍ତି।

new life
You might also like
error: Content is protected !!