News
WhatsApp Image 2023-10-04 at 17.25.00
samparksetu

ଦିଗହରା ଗ୍ରାମାଂଚଳ ପାଇଖାନା ଯୋଜନା

ଢେଙ୍କାନାଳ ଜିଲ୍ଲାରେ ଗ୍ରାମାଂଚଳ ପାଇଖାନା ଯୋଜନା ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି । ପାଣିର ଅଭାବ ଏବଂ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ହଜାର ହଜାର ପାଇଖାନା ବ୍ୟବହାର ଯୋଗ୍ୟ
ହୋଇପାରୁ ନାହିଁ । ଅବ୍ୟହୃତ ହୋଇପଡ଼ିଥିବା ପାଇଖାନା ଘରେ ଗ୍ରାମାଂଚଳର ଲୋକେ ଘସି , ଜାଳ ଆଦି ସାଇତି ରଖୁଛନ୍ତି । ସରକାର ବହୁ ଅର୍ଥ ଖର୍ଚ୍ଚ କରି ସ୍ୱଚ୍ଛ ଭାରତ ମିସନ ଯୋଜନାରେ ନିର୍ମାଣ କରିଥିବା ଏହି ପାଇଖାନା ଲକ୍ଷ୍ୟଠାରୁ ବହୁ ଦୂରକୁ ଚାଲି ଯାଉଛି ।

କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିସନରେ ଢେଙ୍କାନାଳ ଜିଲ୍ଲାକୁ
କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନ ଅର୍ଥରେ ଗ୍ରମାଂଚଳ ଓ ସହରାଂଚଳ ରେ ପାଇଖାନା ତିଆରି କରାନଯାଇ ଅତ୍ମସାତ କରାଯାଇଛି । ଏହି ଅନୁଦାନ ଅର୍ଥରେ ଗ୍ରାମାଂଚଳ ଓ ସହରାଂଚଳରେ ଯେଉଁ କେତୋଟି ଘରୋଇ ପାଇଖାନା ନିର୍ମାଣ ହେଉଛି । ତାହା ମାତ୍ର ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଫାଇଦା ପାଇଁ । ଅନେକ ସ୍ଥାନରେ ହିତାଧିକାରୀଙ୍କ ଅଜାଣତରେ ନିର୍ମାଣ ହୋଇଛି ପାଇଖାନା ।

ଆଉ ଯେଉଁ ଠାରେ ଜାଣତରେ ହୋଇଛି ସେଠାରେ ହିତାଧି କାରୀ ଗାତ ଖୋଳିଛି ତ ମଜୁରୀ ଦେଇ କାମ କରାଇଛି । ଠିକାଦାର ଖାଲି ନନ୍ଦ ଓସିମେଚା ଇଠା ଦେଇ ପାଇ ହୋଇଯାଇଛି । ଫଳରେଠିକାଦାର ଯୋଜନାରୁ ଫାଇଦା ଉଠାଇଥିବା ବେଳେ ହିତାଧିକାରୀଙ୍କ କାମରେ ଆସି ପାରୁନାହିଁ । କେତେକ ସ୍ଥାନରେ ନିମ୍ନମାନର ଟାଙ୍କି ଭାଙ୍ଗିରୁଜି ଗଲାଣି ଓ ଆଉ କେତେକ ସ୍ଥାନରେ ଏଗୁଡ଼ିକ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ପାଇଖାନା ଘରେ ଗଛଲତା ମାଡ଼ି ଗଲାଣି ।

ସୂଚନା ଅନୁଯାୟୀ , ଜିଲ୍ଲାରେ ନିର୍ମାଣ କରାଯାଇଥିବା ସମସ୍ତ ଘରୋଇ ପାଇଖାନା ଗୁଡ଼ିକ ମଧ୍ୟରୁ ଭୁବନ ବ୍ଲକ ରେ ସର୍ବାଧିକ ବ୍ୟବହାର ନହୋଇ ପଡିରହିଛି । ଅଧାରୁ ଅଧିକ ଅନୁପ ଯୋଗୀ ହୋଇ ପଡ଼ିଛି । ଶୈାଚପାଇଁ ପାଣିର ଅଭାବ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ଅନ୍ୟପଟେ ଘରୋଇ ପାଇଖାନା ଗୁଡ଼ିକ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା କାରଣରୁ କେତେକ ସ୍ଥାନରେ ନିର୍ମାଣର ବର୍ଷେ ନପୂରୁଣୁ ଏଗୁଡ଼ିକ ଭାଙ୍ଗିରୁଜି ଗଲାଣି କିମ୍ବା ଅନୁପଯୋଗୀ ହୋଇଯାଇଥିବା ପରିଲକ୍ଷିତ ହେଉଛି ।

ଏହିଭଳି ନିମ୍ନମାନର କାମ ଯୋଗୁଁ ଭୁବନ ବ୍ଲକର ବିଭିନ୍ନ ଅଂଚଳରେ ନିର୍ମାଣ କରାଯାଇଥିବା ଘରୋଇ ପାଇଖାନା ଗୁଡ଼ିକ ମଧ୍ୟରୁ ଶତକଡ଼ା ୮୦ ପ୍ରତିଶତ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । କେତେକ ସ୍ଥାନରେ ନିମ୍ନମାନର ଆଜବେଷ୍ଟସ ଛାଉଣି ହୋଇଛି ତ ଟିଣ, କବାଟ ଲାଗିଛି । ବିଭାଗୀୟ ଯନ୍ତ୍ରୀ ମାନଙ୍କର ବିନା ତଦାରଖରେ ଠିକାଦାର ମାନେ ମାତ୍ର ୫ ଇଂଚ ମୋଟେଇରେ ଏବଂ ତରବରିଆ ଭାବେ ଦିନକୁ ଜଣେ ମିସ୍ତ୍ରି ୮/୧୦ ଟି ପାଇଖାନା ନିର୍ମାଣ କରୁଥିବାରୁ ଏଗୁଡ଼ିକ ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଉଥିବା ହିତାଧିକାରୀ ଅଭିଯୋଗ କରୁଛନ୍ତି । ଏଭଳି ସ୍ଥଳେ ଭିଜିଲାନ୍ସ ବିଭାଗ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସ୍ୱଚ୍ଛ ଭାରତ ପାଇଖାନା ଯୋଜନାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଅଧିକ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ମତ
ପ୍ରକାଶ ପାଇଛି ।

new life
You might also like
error: Content is protected !!