News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ କାଉନସିଲର ଙ୍କ ଚାଲିଗଲା ଜୀବନ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ବିଜେଡ଼ି କାଉନସିଲର ସରୋଜ କୁମାର ମହାଳିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଜିରିଡାମାଳି ଗାଁ ନିକଟରେ ଏକ ପଲସର ବାଇକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ସରୋଜଙ୍କୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ପଲସର ବାଇକ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସରୋଜ କାମାକ୍ଷାନଗର ଏନଏସି ୫ ନଂ ୱାର୍ଡର କାଉନସିଲର ଥିଲେ ।

new life
You might also like
error: Content is protected !!