News
WhatsApp Image 2023-10-04 at 17.25.00
samparksetu

ଠିକାଦାରୀକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ସକାଳେ ଏକ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମରୁ ଅଳ୍ପକେ ଜଣେ ଯୁବକ ବର୍ତ୍ତୀ ଯାଇ ଗୁରୁତର ଆହତ ହୋଇଥିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l

ହିନ୍ଦୋଳ ବ୍ଲକର ମାଧପୁର ପଂଚାୟତର ହିନ୍ଦୋଳ ଥାନା ଅନ୍ତର୍ଗତ କୁଡିଭଙ୍ଗା ଗ୍ରାମରେ ଏକ ମିଶନଶକ୍ତି ଗୃହ ନିର୍ମାଣପାଇଁ ଆସିଥିବା କାର୍ଯ୍ୟାଦେଶକୁ ନେଇ କାର୍ଯ୍ୟକରିବାକୁ ଗ୍ରାମର ଅଜୁ ଭୋଇଙ୍କୁ ମନୋନୀତ କରାଯାଇଥିଲା ,ମାତ୍ର ସେହିକାମକୁ ଠିକାଦାରୀ କରିବା ପାଇଁ ମାଧପୁର ପଂଚାୟତର ପୂର୍ବତନ ସରପଞ୍ଚ କୈଳାଶ ଭୋଇ ନିଜେ କରିବା ଉଦେଶ୍ୟରେ ଅଜୁ ଭୋଇ ସହ ବିବାଦ କରୁଥିଲେ।

ବିବାଦ ଏତେ ତୀବ୍ରତର ଥିଲା ଜେ ଆଜି ସକାଳେ ଗ୍ରାମ ନିକଟରେ କୈଳାଶ ଭୋଇ ଓ ତାଙ୍କ ପରିବାର ସଦସ୍ୟ ମିଶି ଅଜୁ ଭୋଇ(୧୮)ଙ୍କୁ କଟୁରୀ ଟାଙ୍ଗିଆ ଇତ୍ୟାଦି ମାରଣାସ୍ତ୍ରରେ ମରାଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରି ଅଜୁ ଭୋଇଙ୍କ ମୁହଁ, ପିଠି ଓ ଦେହରେ ହାଣି ଦେଇଥିଲେ ।

ଗୁରୁତର ଭାବରେ ଆହତ ଅଜୁ ଭୋଇଙ୍କୁ ପରିବାର ଲୋକେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏ ନେଇ ଅଜୁ ଭୋଇଙ୍କ ପରିବାର ବର୍ଗ କୁହନ୍ତି, ବହୁ ଦୁର୍ନୀତିରେ ଲିପ୍ତ କୈଳାଶ ଭୋଇଙ୍କ ସହ ତାଙ୍କ ପତ୍ନୀ ଓ ଦୁଇପୁତ୍ର ଏହି ହତ୍ୟା କରିବା ଉଦେଶ୍ୟରେ କରିଥିବା ମରଣାନ୍ତକ ଆକ୍ରମଣରେ ସାମିଲ ଥିବା ସହ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନ ପ୍ରତି ଭୟ ରହିଅଛି । ଗୁରୁତର ଭାବରେ ମୃତ୍ୟୁସହ ସଂଗ୍ରାମ କରୁଥିବା ଅଜୁ ଭୋଇଙ୍କର ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହିନ୍ଦୋଳ ପୋଲିସ ମାମଲା ରୁଜୁକରି ତଦନ୍ତ କରୁଥିବାର ଜଣାପଡିଛି ।

new life
You might also like
error: Content is protected !!