News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଗତକାଲି ବିଳମ୍ବିତ ରାତିରେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ଛକ ନିକଟରେ ଏକ ମର୍ମତୁନ୍ତ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ଠାରୁ ପ୍ରକାଶ ।

ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହି ଟ୍ରକ ଯାହାର ନଂ OR 06 F7087 ଢେଙ୍କାନାଳ ଆଡୁ ଆସୁଥିବା ସମୟରେ ଦେଓଗାଁ ଛକ ନିକଟରେ ଏକ ବାଇକ ସହ ଧକ୍କା ଦେଇଥିଲା ।ଉକ୍ତ ବାଇକ ଚାଳକ ଝିଲ୍ଲୀ ଗ୍ରାମର ସୁଶାନ୍ତ ବେହେରା (୩୫) ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମେଡିକାଲ କୁ ପଠାଇଥିଲେ ଏବଂ ଧକ୍କା ଦେଇଥିବା ଟ୍ରକ କୁ ଜବତ କରି ଥାନାରେ ରଖିଥିଲେ । ଘଟଣା ସ୍ତଳରୁ ଟ୍ରକ ଚାଳକ ଫେରାର ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଆହତ ଥିବା ସୁଶାନ୍ତ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!