News
WhatsApp Image 2023-10-04 at 17.25.00
samparksetu

ଭିଜିଲାନ୍ସ ଦ୍ୱାରା ପୂର୍ବତନ ମୋଟଙ୍ଗା ସବଇନିସ୍ପେକ୍ଟର ଦୋଷୀ ସାବ୍ୟସ୍ତ ,୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ହଜାର ଜରିମାନା

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନାର ପୂର୍ବତନ ସବଇନିସ୍ପେକ୍ଟରଙ୍କୁ ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ ଗତ ୨୦୧୭ ମସିହାରେ ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହତି ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର ଜଣାପଡିଛି ।

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନାର ପୂର୍ବତନ ସବଇନିସ୍ପେକ୍ଟର ମୁରଲୀ ଧର ପୃଷ୍ଟି ଗତ ୨୦୧୭ ମସିହାରେ ଏକ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଛାଡ଼ିଦେବା ପାଇଁ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏହି ଘଟଣାରେ ଭିଜିଲାନ୍ସ ତରଫରୁ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯିବା ସହିତ ଢେଙ୍କାନାଳ ଭିଜିଲାନ୍ସ ଅଦାଲତରେ ମାମଲା ରୁଜ୍ଜୁ ହୋଇ ବିଚାର ଚାଲଥିଲା।

ଏହି ମାମଲାର ବିଚାର କରି ଜିଲ୍ଲା ସ୍ପେଶାଲ ଭିଜିଲାନ୍ସ ଜଜମୁରଲୀଧର ପୃଷ୍ଟି ଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର ଜଣାପଡିଛି ।

new life
You might also like
error: Content is protected !!