News
WhatsApp Image 2023-10-04 at 17.25.00
samparksetu

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ଆଜି ଦିନ ୧୧ଘଣ୍ଟା ସମୟରେ ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ବାରସିଙ୍ଗା ଗ୍ରାମର କଣ୍ଠିଆ ବେହେରା(୭୫) ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତା ହେତୁ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ସେ ବୁଡ଼ି ଯାଇଥିଲେ ।

କଣ୍ଠିଆଙ୍କର ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଓ ଗ୍ରାମବାସି ଖୋଜିବା ସହ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ଖଜୁରିଆକଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଫଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବରେ ଖୋଜାଖୋଜି କରି ପୋଖରୀରୁ କଣ୍ଠିଆଙ୍କୁ ଉଦ୍ଧାର କରି ଡାକ୍ତର ଦେଖାଇଥିଲେ ଏବଂ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ବାଲିମି ଥାନା ପୋଲିସ ମୃତ୍ୟୁ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇ ଥିଲେ ।

new life
You might also like
error: Content is protected !!