News
WhatsApp Image 2023-10-04 at 17.25.00
samparksetu

ଵଦାଳୋରେ ରକ୍ତଦାନ ପାଇଁ ପୂର୍ବପ୍ରସ୍ତୁତି ବୈଠକ

ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଆସନ୍ତା ଅକ୍ଟୋବର ମାସ ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି ।

ସେଥିପାଇଁ ପୁରାତନ ଛାତ୍ର ସଙ୍ଘର ସଦସ୍ୟ ମାନେ ରକ୍ତଦାନ ଶିବିରଟିକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବେ
ଓ ଅଧିକରୁ ଅଧିକ ଯୁବ ଗୋଷ୍ଠୀଙ୍କୁ ରକ୍ତ ଦାନ ଶିବିରରେ ସାମିଲ କରିବେ ସେ ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ ହୋଇଥିଲା l ବୈଠକ ରେ ପୁରାତନ ଛାତ୍ର ସଂଘ ସଭାପତି ସୁନୀଲ ରାଉତ, ସମ୍ପାଦକ ଗୋପବନ୍ଧୁ ବାରିକ,ଲିପୁନ ମହାଖୁଡ଼, ଶ୍ରୀକାନ୍ତ ସାହୁ, ଅମିତି ରାଉତ,ବିଘ୍ନେଶର ରାଉତ, ସୁବ୍ରତ ମହାରଣା, ତନ୍ମୟ ପାତ୍ର, ଦେବାଶିଷ ବାରିକ, ତାପସ ମହାଭୋଇ, ବବୁଲ ରାଉତ,ଆକାଶ ନାଏକ, ଗୋପବନ୍ଧୁ ବେହରା ଆଦି ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ l

new life
You might also like
error: Content is protected !!