News
WhatsApp Image 2023-10-04 at 17.25.00
samparksetu

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ୧୧୫ ୟୁନିଟ ରକ୍ତ ସଂଗ୍ରହ

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଵଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପୁରାତନ ଛାତ୍ରସଂଘର ଆନୁକୂଲ୍ୟରେ ଚଳିତ ବର୍ଷ ପଞ୍ଚମଥର ପାଇଁ ଏକ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା ।

ଯେଉଁଥିରେ ୧୧୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ବିଦ୍ୟାଳୟ ପ୍ରତିଷ୍ଠାତା ଲକ୍ଷ୍ମୀପ୍ରିୟା ସାହୁ ପ୍ରଥମେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପଟ୍ଟଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଧାୟିକା ସୀମାରାଣି ନାୟକ, ସମ୍ମାନିତ ଅତିଥି ଭାବରେ ନୟାଭାଗିରଥିପୁର ସରପଞ୍ଚ ଯତି ନାୟକ, ବିରିଷ୍ଠ ସମାଜ ସେବୀ ଜଗବନ୍ଧୁ ଦଳେଇ, ସଞ୍ଜୟ ନାଏକ, ବିଘ୍ନେଶ ସାହୁ, ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁ ଆଦି ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଢେଙ୍କାନାଳ ରକ୍ତଭଣ୍ଡାର କର୍ମଚାରୀ ପରମାନନ୍ଦ ପଣ୍ଡା, ରାକେଶ କୁମାର ବେହେରା, ତପନ ଜେନା, ବରୁଣ ସାହୁ ଓ ଅଜୟ ସ୍ୱାଇଁ ରକ୍ତ ସଂଗ୍ରହ କରିଥିଲେ l ପୁରାତନ ଛାତ୍ର ସଂଘର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ l

new life
You might also like
error: Content is protected !!