News
WhatsApp Image 2023-10-04 at 17.25.00
samparksetu

ଗାନ୍ଧୀ ଜୟନ୍ତୀରେ ଆଦର୍ଶ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ ;ଗେଟରେ ତାଲାପକାଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ,କାର୍ଯାନୁଷ୍ଠାନ ଦାବି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ପଞ୍ଚାୟତ ଅଙ୍କରାନ୍ତିପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ଗାନ୍ଧୀ ଜୟନ୍ତୀରେ ଛାତ୍ରଛାତ୍ରୀଙ୍କୁ ମାଡ ମାରିବାକୁ ନେଇ ତିବ୍ର ଅସନ୍ତୋଷ ଦେଖାଦେଇଛି । ଶିକ୍ଷୟିତ୍ରୀଙ୍କ ଅଶାଳୀନ ବ୍ୟବହାର ଏବଂ ମେରୀରାୟ ଶାସନକୁ ବାରମ୍ବାରଚର୍ଚ୍ଚା ଚାଲିଥିବା ବେଳେ ଏହାର ପ୍ରତିବାଦରେ ଗାନ୍ଧୀ ଜୟନ୍ତୀ ପାଳନ ଛାଡି ଛାତ୍ରଛାତ୍ରୀ ମାନେ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ବଦଳି ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ,ଜନସାଧାରଣ ଏବଂ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ସୋମବାର ଦିନ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟର ତିନିଶହରୁ ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ୱେତାଲିନା ମହାନ୍ତିକୌଣସି କାରଣ ନଥାଇ ନବମ ଶ୍ରେଣୀ ଏବଂ ଷଷ୍ଠ ଶ୍ରେଣୀର ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମାଡ ମାରିଥିଲେ । ଫଳରେ ଛାତ୍ରଛାତ୍ରୀ ଅଚେତ ହୋଇ ପଡିଥିଲେ । ବାରମ୍ବାର ଛାତ୍ରଛାତ୍ରୀଙ୍କ ମାଡ ମାରିବା,ସହ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଏବଂଛାତ୍ରଛାତ୍ରୀ,ଅଭିଭାବକ ,ସ୍ଥାନୀୟ ଜନସାଧାରଣଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିବା ସହିତ ମୁଖ୍ୟ ଗେଟରେ ତାଲା ପକାଇ କାହାରିକୁ ଛାଡି ନଥିଲେ । ଛାତ୍ରୀଙ୍କୁ ମାଡ ନେଇ ଛାତ୍ରୀଙ୍କ ଅଭିଭାବକ ସଦର ଥାନାରେ ଅଭିଯୋଗ କରିବା ପରେ ଏବଂ ଅଧ୍ୟକ୍ଷା ମଧୁମିତା ମାଲିଙ୍କ ଠାରୁ ଖବର ପାଇ ସଦର ପୋଲିସ ବିଦ୍ୟାଳୟକୁ ଆସିଥିଲେ ।

ପୋଲିସ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜଣକ ସହ କର୍ମଚାରୀ ଏବଂ ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅଧିକାରୀଙ୍କୁ ମଧ୍ୟବ୍ୟବହାର ଖରାପ କରୁଥିବାର ଅଭିଯୋଗ ହୋଇଛି । ଖବର ପାଇ ଓଡାପଡା ବିଇଓ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ସହିତ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତାଗିଦ କରିଥିଲେ । କିନ୍ତୁ ଶିକ୍ଷୟିତ୍ରୀ ଜଣକ କର୍ଣ୍ଣପାତ କରିନଥିଲେ । ପୂର୍ବରୁ ବିଇଓଙ୍କୁ ମଧ୍ୟ ବ୍ୟବହାର ଖରାପ କରିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପୂର୍ବରୁ ଅଶାଳୀନ ବ୍ୟବହାର କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ରହିଥିଲେ ମଧ୍ୟ ଜିଲ୍ଲାଶିକ୍ଷାଧିକାରୀଏବଂ ଜିଲ୍ଲାପାଳ ଶିକ୍ଷୟିତ୍ରୀଙ୍କୁ ଘଣ୍ଟ ଘୋଡାଉ ଥିବାର ଅଭିଯୋଗ ହେଉଛି । ଦଣ୍ଡମୁକ୍ତ ବିଦ୍ୟାଳୟ ଭେଦଭାବ ରହିତ ଅନୁ୍‌ଷ୍ଠାନରେ ଶିକ୍ଷୟିତ୍ରୀଙ୍କ ବ୍ୟବହାର ଏବଂ ମାଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହିତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତରୁନ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ଅନ୍ୟତ୍ର ବଦଳି କରିବାକୁ ଦାବି ହୋଇଛି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଦ୍ୟାଳୟରେ ପୁଣି ଥରେ ତାଲା ପକାଇବା ସହିତ ଅଭିଭାବକ ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀଦେଇଛନ୍ତି ।

new life
You might also like
error: Content is protected !!