News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡି ବୃଦ୍ଧ ମୃତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଗ୍ରାମ ତଳ ସାହି ର ଜଣେ ବୃଦ୍ଧ ଆଜି ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିବାର ଜଣା ଜଣାପଡ଼ିଛି।

ସୂଚନା ଅନୁଯାୟୀ , ଆର୍ତ୍ତତ୍ରାଣ ସାହୁ (୮୦) ଆଜି ସକାଳେ ଘର ପାଖ ଖଜୁରୀ ବନ୍ଧକୁ ଗାଧୋଇ ବା ପାଇଁ ଯାଇଥିଲେ। ଗାଧଉ ଥିବା ବେଳେ ସେ ପାଣିରେ ବୁଡି ଯାଇଥିଲେ। ତାଙ୍କର ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ତାଙ୍କୁ ଖୋଜି ପୋଖରୀ କୂଳରେ ପହଞ୍ଚି ପାହାଚରେ ଗାମୁଛା ଓ ଚପଲ୍ ଦେଖି ସେ ପାଣିରେ ବୁଡି ଯାଇଥିବାର ଆଶଙ୍କା କରି ଦମକଳ ବାହିନୀ କୁ ଖବର ଦେଇଥିଲେ। ବହୁ ସମୟ ପାଣି ରେ ଖୋଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!