News
WhatsApp Image 2023-10-04 at 17.25.00
samparksetu

ଆଇଆଇଏମସି ଢେଙ୍କାନାଳର ସମସ୍ୟା କୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ

ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା  ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ପୁରାତନ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ପୁନଃରୁଦ୍ଧାର ହେବା ସହ ଆଇଆଇଏମସିର ବିକାଶ କରାଯିବ ବୋଲି ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ବିଜେପି ଦଳିୟ କାର୍ଯ୍ୟାଳୟ ଠାରେ ପୁରାତନଛାତ୍ରଛାତ୍ରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ । ସଂସ୍ଥାନର ବିଭିନ୍ନ ସମସ୍ୟା ନେଇ ୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଅଧ୍ୟାପକ ଅଭାବ, ଫିବୃଦ୍ଧି, ଓଡିଆ ଭାଷାରେ ସାମ୍ବାଦିକତା ପଢା ନଯିବା, ଭିତ୍ତିଭୂମି ନଷ୍ଟ ହୋଇଯିବା ଆଦି ବିଷୟରେ ଅବଗତ କରାଇଥିଲେ । ସ୍ଥାୟୀ ପ୍ରଫେସର ନିଯୁକ୍ତି ସହ ଓଡିଆ ସାମ୍ବାଦିକତାର ସ୍ୱତନ୍ତ୍ର କ୍ଲାସ କରିବା, ପିଜି କୋର୍ସ ଖୋଲିବାକୁ ନିବେଦନ କରିଥିଲେ । ସେହିପରି ଦୀର୍ଘ ବର୍ଷ ଧରି ବଦଳି ନହେବା ଏବଂ ଅବସର ପରେ ପୁଣି ନିଯୁକ୍ତି ଦିଆଯାଉଥିବାରୁ ସ୍ୱଚ୍ଛତା ରହୁନାଥିବା ସମ୍ପର୍କରେ ଅବଗତ କରାଇଥିଲେ ।

ତେବେ ଖୁବ୍ ଶୀଘ୍ର ପୁନଃରୁଦ୍ଧାର କରାଯିବ ବୋଲି ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଆଇଆଇଏମସିର ପୁରାତନ ଛାତ୍ରଛାତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ରାଧାମାଧବ ମିଶ୍ର, ସ୍ୱାଧୀନ ରାଉତ, ଅଶୋକ ପ୍ରଧାନ, କିଶନ ବରାଇ, କପିଳେନ୍ଦ୍ର ପ୍ରଧାନ, ମୌସୁମୀ ମହାନ୍ତି, ବିକାଶ ଚନ୍ଦ୍ର ବାରିକ, ସୌମ୍ୟରଞ୍ଜନ ନାୟକ, ପ୍ରଭାସ ମେହେର ପ୍ରମୁଖ ଭେଟିଥିଲେ । 

new life
You might also like
error: Content is protected !!