News
WhatsApp Image 2023-10-04 at 17.25.00
samparksetu

ବେଆଇନ ପଥରଖଣିରେ ଦୁର୍ଘଟଣା ଜଣେ ମୃତ, ଚାରି ଗୁରୁତର

ଢେଙ୍କାନାଳ ଜିଲ୍ଲାରେ ପଥର ଖଣି ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସେହିପରି ଏକ ଅଭାବନୀୟ ଘଟଣାରେ ହିନ୍ଦୋଳ ଉପଖଣ୍ଡର ଏକ ପଥର ଖଣିରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ଗ୍ରାମର ଅତିନିକଟରେ ଥିବା ଏକ ପଥର ଖଣିରେ ଆଜି ସକାଳେ ଏକ ଟ୍ରାକ୍ଟର ଯୋଗେ ପଥର ଉତ୍ତୋଳନ କରାଯାଉଥିବା ସମୟରେ ହଠାତ ଟ୍ରାକ୍ଟରଟି ଓଲଟି ପଡିବାରୁ ସେଥିରେ କାର୍ଯ୍ୟରତ ଶ୍ରମିକ ବଦାଳୋ ଗ୍ରାମର ବହ୍ଲବ ନାଏକ(୫୨) ଚାପିହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ଚାରିଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ ।

ମାତ୍ର ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାଇ ସେହି ସ୍ଥାନରେ ପାଣିଭରି ରହିଥିବାରୁ ଆଉ କେହି ପଡ଼ିଯାଇଥିବା ସନ୍ଦେହ ହେଉଛି ଓ ଆହତମାନେ କେଉଁଠାରେ ଚିକିତ୍ସା ହେଉଛନ୍ତି ଖବର ମିଳି ପାରିନାହିଁ । ଖବର ପାଇ ହିନ୍ଦୋଳ ତହସିଲଦାର ଓ ରାସୋଳ ଥାନା ଅଧିକାର ପହଂଚି ଘଟଣାର ମିଳିତ ତଦନ୍ତ କରିବା ସହ ପୋଲିସ ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମାତ୍ର ପଥର ଖଣିଟି ବେଆଇନ ନା ନାହିଁ ତାହା ପଚାରିବାରେ ବିଭାଗୀୟ ଅଧିକାରୀ କୁହନ୍ତି ତଦନ୍ତ ଚାଲିଛି । ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ହିନ୍ଦୋଳରେ ଯେତେବେଳେ ବି ପଥରଖଣି ମାନଙ୍କରେ ଦୁର୍ଘଟଣା ଘଟି ମୃତାହତ ହୁଏ ବିଭାଗର ନିଦଭାଙ୍ଗେ,ତଦନ୍ତ ହୁଏ, କାଗଜପତ୍ର ଯାଞ୍ଚ ହୁଏ ମାତ୍ର ତଦନ୍ତର ଫଳାଫଳ ଲୋକଲୋଚନକୁ ଆସେନାହିଁ କିମ୍ବା ଉପଖଣ୍ଡରେ ଚାଲୁଥିବା ପଥରଖଣି ଗୁଡିକ ବେଆଇନ ବା ଆଇନ ଅନୁଯାଇ ଚାଲୁଛି ଜନସାଧାରଣ ଜାଣି ପାରନ୍ତି ନାହିଁ । ଫଳରେ ବାରମ୍ବାର ଏହିପରି ଦୁର୍ଘଟଣା ମାନ ଘଟିବା ସହ ଘଟଣା ଗୁଡିକ ଚାପି ହୋଇଯାଉଛି ଏଣୁ ଜନସାଧାରଣ ଏସବୁର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ଲୋକ ଲୋଚନକୁ ଆସିବା ସହ ଖଣି ଅଂଚଳରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ।

new life
You might also like
error: Content is protected !!