News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ବ୍ଲକ ର ଆଦିବାସୀ ଗ୍ରାମ ନେହେଙ୍ଗେରା ରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ଅକ୍ଟୋବର ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଗଁଦିଆ ର ଆଦିବାସୀ ବହୁଳ ଗ୍ରାମ ନେହେଙ୍ଗାରା ଗ୍ରାମରେ ” କିସାନ୍ ସ୍ପୋର୍ଟସ କ୍ଲବ ” ଆନୁକୁଲ୍ୟରେ ଆଜି ଉଦଯାପନୀ ଉତ୍ସବ ରେ ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରିଥିଲେ ।

ଏହି କାର୍ଯ୍ୟ କ୍ରମ ରେ ଉଦବୋଧନ ଦେଇ ଶ୍ରୀ ନନ୍ଦ ଆୟୋଜକ ମାନଙ୍କର ଭୂରି ଭୂରି ପ୍ରଶଂସା କରିବା ସହ ଆଗାମୀ ଦିନରେ ଗନ୍ଦିଆ ଅଞ୍ଚଳ ରେ ଥିବା ଆଦିବାସୀ ଗ୍ରାମ ନେହେଙ୍ଗେରା ,ଗୋଠ ତଳ , ଶ୍ରୀମନ୍ତ ପୁର,ବାଲି କିଆରି,ଛୋଟ ତେନ୍ତୁଳି ,ଫୁଲ ଝର,ପିମ୍ପୀରିଆ ,ଗହ୍ମରିଆ ପ୍ରଭୁତି ଆଦିବାସୀ ଗ୍ରାମ ମାନଙ୍କୁ ନେଇ ଏକ “ଆଦିବାସୀ ପଞ୍ଚାୟତ” ଗଠନ ପାଇଁ ଉଦ୍ୟମ କରାଯିବ। ବିନା କୌଣସି ସରକାରୀ ସାହାଯ୍ୟରେ ଅନେକ ବର୍ଷ ଧରି ଏହି ଅଞ୍ଚଳ ର ଆଦିବାସୀ ଯୁବକ ମାନେ ଏହିଭଳି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁ ଥିବାରୁ ଶ୍ରୀ ନନ୍ଦ ଯୁବକ ମାନଙ୍କୁ ପ୍ରଶଂସା କରିଥିଲେ।

ଦୀର୍ଘ ୫ଦିନ ଧରି ଚାଲିଥିବା ଏହି ମ୍ୟାଚ୍ ରେ ୬୦ଟି ରୁ ଅଧିକ ଆଦିବାସୀ ଖେଳାଳି ମାନେ ଯୋଗ ଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଆଦିବାସୀ ନେତା ନରେନ୍ଦ୍ର ଶୁଣ୍ଢି ଓ ଜଟିଆ ମୁଣ୍ଡା ପରିଚାଳନା କରିଥିଲେ ।

new life
You might also like
error: Content is protected !!