News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ପ୍ରାୟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ସାରିଲାଣି।

ସୂଚନା ଅନୁଯାୟୀ , ଦୁଇଦିନ ତଳେ ହାତୁରା ପଂଚାୟତର ଜୟପଙ୍ଗା ଗ୍ରାମର ଜଣେ ଯୁବକ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ଆଜି ହିନ୍ଦୋଳ ବ୍ଲକ ମାଧପୁର ପଂଚାୟତର ଇଲିରିସିଙ୍ଗା ଗ୍ରାମକୁ ଭୋରୁ ହାତୀ ପଶି ଆସିଥିଲେ ,ଏହି ସମୟରେ ଇଲିରିସିଙ୍ଗା ଗ୍ରାମର ଚରଣ ବେହେରା(୬୨) ଗ୍ରାମ ମଠକୁ ଦର୍ଶନ କରିବାକୁ ଯାଇଥିଲେ ।

ସେହି ସମୟରେ ଦନ୍ତା ହାତୀ ତାଙ୍କୁ ହଠାତ ଆକ୍ରମଣ କରିବାରୁ ସମସ୍ତେ ଦୌଡ଼ି ଯାଇଥିଲେ । ମାତ୍ର ଚରଣ ଯାଇ ନପାରିବାରୁ ହାତୀ ଟାଣିଆଣି ପାଦରେ ଦଳି ଦେଇଥିଲା । ଫଳରେ ଗୁରୁତର ଆହତ ଚରଣଙ୍କୁ ପରିବାର ଲୋକ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ନିଆଯାଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଚରଣଙ୍କ ମୃତ୍ୟୁରେ ଗ୍ରାମରେ ଉତ୍ତେଜନା ଦେଖାଯିବା ସହ କ୍ଷତିପୂରଣ ଦାବି କରିଛନ୍ତି ।

new life
You might also like
error: Content is protected !!