News
WhatsApp Image 2023-10-04 at 17.25.00
samparksetu

ପଥର ବ୍ଲାଷ୍ଟିଂ ହେତୁ ଫାଟୁଛି ଘରଦ୍ୱାର , ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲପ୍ରସାଦ ଅନ୍ତର୍ଗତ ନିହଲ ପ୍ରସାଦ ଏବଂ ଆଖପାଖ ଅଞ୍ଚଳରେ ଲୋକମାନେ ଅରୁଣୀ କ୍ରସର ଦ୍ୱାରା ରାସ୍ତା ଅବରୋଧ ଏବଂ ପଥର ବ୍ଲାଷ୍ଟିଂ ଦ୍ୱାରା ଘରଦ୍ୱାର କ୍ଷତି ହେଉଥିବା ଦର୍ଶାଇ ନିହଲପ୍ରସାଦ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ ହୋଇଛି ।

ଆଞ୍ଚଳିକ ବିକାଶ ପରିଷଦର ଅଭିଯୋଗ ଅନୁସାରେ ନିହଲପ୍ରସାଦ ସହିତ ଆଖପାଖ ଅଞ୍ଚଳର ଲୋକାମାନେ ଦୀର୍ଘଦିନ ହେବ ଜଗବନ୍ଧୁ କ୍ରସରରେ କାମ କରିବା ସହିତ ପରିବାର ପ୍ରତିପୋଷଣ କରୁଛନ୍ତି । ଗତ ଏକ ସପ୍ତାହ ହେବ ଅରୁଣି କ୍ରସରର ୪ଜଣ ବ୍ୟକ୍ତି ନିରିହ ଲୋକମାନଙ୍କୁ ପ୍ରଲୋଭିତ କରି କ୍ରସର ରାସ୍ତାକୁ ବନ୍ଦ କରି ଦେଇଛନ୍ତି । ଫଳରେ ରାସ୍ତା ଦେଇ ଯାତାୟତ କରିବା ସମ୍ଭବ ହେଉନାହିଁ ।

ଅରୁଣି କମ୍ପାନୀ ବ୍ଲାଷ୍ଟିଂ କରୁଥିବାରୁ ଘରଫାଟିବା ସହିତ ସରକାର ଗରିବ ଲୋକମାନଙ୍କୁ ଯେଉଁ ଘର ଦେଇଛନ୍ତି ତାହା ମଧ୍ୟ ବ୍ଲାଷ୍ଟିଂ ଯୋଗୁ ନଷ୍ଟ ହେଉଛି । ଅରୁଣି କମ୍ପାନୀ କାମ କରୁଥିବା ପାହାଡ ନିକଟରେ ଉଚ୍ଚ ବିଦ୍ୟାଳୟ,ଥାନା,ପଞ୍ଚାୟତ କାର୍ଯ୍ୟାଳୟ,ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସହିତ ଜନବସତି ରହିଛି । ରାସ୍ତାରେ ଦୈନିକ ୨ଶହରୁ ଅଧିକ ଭାରିଯାନ ଗୁଡିକ ଯାତାୟତ କରୁଥିବାରୁ ଧୂଳି ଯୋଗୁ ପ୍ରଦୁଷଣ ହେଉଛି ।

ଅରୁଣୀ କ୍ରସରର କାଗଜ ପତ୍ର ଠିକ ନଥିବା ବେଳେ ସେ କାର୍ଯ୍ୟ ଚଳାଇଛି । ଏହାକୁ ନେଇ ପରିଷଦ ତରଫରୁ ଏହାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପରିଷଦର ରାଜେଶ ପଣ୍ଡା,ଚକ୍ରଧର ରାଉତ,ଅଶୋକ ନାଏକ,ରିତେଶ କୁମାର ପ୍ରଧାନ,ଲଳିତ ବେହେରା,ଅରୁଣ କୁମାର ସ୍ୱାଇଁ ଙ୍କ ସହିତ ଶତାଧିକ ବ୍ୟକ୍ତି ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!