News
WhatsApp Image 2023-10-04 at 17.25.00
samparksetu

ଏକ ମାତ୍ର ରୋଜଗାରିଆ ପୁଅ ଏବେ ଖୋଜୁଛି ସାହାରା

ରୋଜଗାରିଆ ଏକ ମାତ୍ର ପୁଅକୁ ମୁଲ ମଜୁରୀ କରି ବହୁ କଷ୍ଟ ରେ ଉଚ୍ଚ ଶିକ୍ଷିତ କରିଥିଲେ ବାପା ମା , କିନ୍ତୁ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସମୟରେ ପୁଅର ୨ ଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ତେଣୁ ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟକ ପାଇଁ ଆକୁଳ ନିବେଦନ କରିଛନ୍ତି ବାପା ମା ।

ଢେଙ୍କାନାଳ ପରଜଙ୍ଗ ବ୍ଲକ ପିତିରି ଗ୍ରାମର ରାଜ ମିସ୍ତ୍ରୀ ଦୁଃଖବନ୍ଧୁ ଙ୍କ ର ଏକ ମାତ୍ର ଚବିଶ ବର୍ଷୀୟ ପୁଅ ଜଗବନ୍ଧୁ ରାଉତ ।ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସମୟ ରେ ସେ ଏବେ ଶଯ୍ୟାଶାୟୀ । ଜଗବନ୍ଧୁ ଙ୍କ ର ୨ ଟି ଯାକ କିଡ଼ନୀ ଶତକଡା ୯୦ଭାଗ ନଷ୍ଟ ହୋଇଯାଇଛି । ଏ ନେଇ ପୁଅର ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛନ୍ତି ବାପା ମା, ସାଙ୍ଗ ସାଥି ଓ ସାହି ପଡିଶା ।

ଜଗବନ୍ଧୁ ହେଉଛନ୍ତି ତିନି ଝିଅରେ ରେ ଗୋଟିଏ ପୁଅ ,୩ ଝିଅ ମାନଙ୍କ ବାହାଘର ସାରିଥିବା ବେଳେ, ବହୁ କଷ୍ଟ ରେ ପୁଅ କୁ ତାଳଚେର ସ୍ୱୟଂଚାଳିତ ମହାବିଦ୍ୟାଳରେ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିଲେ ବାପା ।ବାପାଙ୍କ ଦୁଃଖ ଦୂର କରିବା ପାଇଁ ଆପ୍ରାଣ ଚେଷ୍ଟା କରି ବିଏ ରେ ପ୍ରଥମ ସ୍ଥାନ ରେ ଉତୀର୍ଣ୍ଣ ହୋଇଥିଲା ପୁଅ କିନ୍ତୁ ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ନିଜେ କଣ୍ଟାବଣିଆ ଟାଟା କମ୍ପାନୀ ରେ ଠିକାଦାର ପାଖରେ କାମ କରି ଯାହା ରୋଜଗାର କରନ୍ତି ସେଥିରୁ କିଛି ପରିବାର ପାଇଁ ଖର୍ଚ୍ଚ କରୁଥିବା ବେଳେ, ବଳକା ଟଙ୍କା ଉଚ୍ଚ ଶିକ୍ଷା ପାଇଁ ସଂଚୟ କରି ରଖିଥାନ୍ତି ଜଗବନ୍ଧୁ ।

ସେହି ସଂଚୟ ଟଙ୍କା ରେ ସେ ପିଜି କରି ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, ଅଚାନକ ତାଙ୍କର ଦେହ ଅସୁସ୍ଥ ହେଲା ।ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ କଟକ ର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କର ୨ ଟି ଯାକ କିଡ଼ନୀ ଶତକଡା ୯୦ ଭାଗ ନଷ୍ଟ ହୋଇଯାଇଥିବା କହିଥିଲେ ।ଏ ନେଇ ତାଙ୍କ ବାପା ତାଙ୍କୁ ଗୋଟିଏ କିଡ଼ନୀ ଦେବାକୁ ଡାକ୍ତର ଙ୍କୁ କହିଥିଲେ ।ଏଥିପାଇଁ କୋଡିଏ ରୁ ପଚିଶ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଡାକ୍ତର । ଏତେ ଟଙ୍କା କେଉଁଠୁ ପାଇବେ ବୋଲି କୋହଭରା କଣ୍ଠରେ କହିଛନ୍ତି ବାପା ମା । ରାଜ୍ୟ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରେ ଥିବା ଅର୍ଥ ମଧ୍ୟ ଚିକିତ୍ସା ରେ ସରିଯାଇଛି ।ଜମି ବାଡ଼ି ବୋଲି କିଛି ନାହିଁ ।ତେଣୁ କେଉଁଠାରୁ ଟଙ୍କା ଆସିବ ଓ ପୁଅର କିଡ଼ନୀ ପ୍ରତିରୋପଣ ହେବ ସେ ନେଇ ବିଭିନ୍ନ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମ ଜରିଆରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଠାରୁ ଆରମ୍ଭ କରି ସର୍ବସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି ।

new life
You might also like
error: Content is protected !!