News
WhatsApp Image 2023-10-04 at 17.25.00
samparksetu

ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ,ଆଜି ସକାଳେ ରସୋଳ ଥାନା କାରନ୍ଦା ପଂଚାୟତର ଶୀଧେଶ୍ୱରପୁର ଗ୍ରାମର ସ୍ୱର୍ଗତ କୃପାସିନ୍ଧୁ ସାମଲ ଙ୍କ ପୁଅ ଶ୍ୟାମସୁନ୍ଦର ସାମଲ(୪୫) ଙ୍କ ମୃତ୍ୟୁଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।

ଉକ୍ତ ଶବକୁ ଶ୍ୟାମସୁନ୍ଦର ଙ୍କ ପୁତୁରା ମନୋରଞ୍ଜନ ସାମଲଙ୍କ କାର ପ୍ରକାଶ ସାହୁ ନାମକ ଡ୍ରାଇଭର ହିନ୍ଦୋଳ ଡାକ୍ତରଖାନାକୁ ଦିନ ୨ଟାରେ ବେଳେ ନେଇଆସିଥିଲେ । ମାତ୍ର ଡ୍ରାଇଭର ପ୍ରକାଶ କୁ ପଚାରିବାରୁ ସେ କୁହନ୍ତି ଦୁର୍ଘଟଣା ହୋଇଥିଲା ।

କିନ୍ତୁ ତାଙ୍କ ସମ୍ପର୍କୀୟ ବିଜନ ମାଝୀ ଓ ଶବ ସହ ଆସିଥିବା ଜୈନିକ ବ୍ୟକ୍ତି କୁହନ୍ତି ଶ୍ୟାମସୁନ୍ଦରଙ୍କ ଶବ କାରନ୍ଦା ଅଞ୍ଚଳରେ ଥିବା ଏକ ପଥର ଖଣିରୁ ଉଦ୍ଧାର କରାଯାଇଛି ଏବଂ ସେ ଉପରୁ ଖସି ପଡିଥିଲା । ସ୍ଥାନୀୟ ଅଞ୍ଚଳ ବାସି ମଧ୍ୟ ଟୁପୁରୁଟାପୁରୁ ହେଉଥିବା ଶୁଣିବାକୁ ମିଳୁଛି ।

ଲୋକଟି ଦୁର୍ଘଟଣାରେ କି ପଥର ଖଣି ଦୁର୍ଘଟଣାରେ ମରିଛି କି ତାକୁ ହତ୍ୟା କରାଯାଇଛି ସେଥିପାଇଁ ସନ୍ଦେହ କୁହୁଳିବାରେ ଲାଗିଛି । ମୃତକ ଶ୍ୟାମସୁନ୍ଦରଙ୍କ ସମ୍ପର୍କୀୟ ମନୋରଞ୍ଜନଙ୍କ ଏତଲାକ୍ରମେ ରାସୋଳ ପୋଲିସ ତଦନ୍ତ କରିବାକୁ ଆସି ଶବ ଜବତ କରିବା ସହ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ଶବଟିର ବେକ କଣା ହୋଇଥିବାବେଳେ ମୁଣ୍ଡ ମୁହଁ ଓ ଚାରିଆଡେ ଖଣ୍ଡିଆଖାବର ହୋଇଯାଇଛି ଏବଂ ସେ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ସେହି ଅଂଚଳରେ ଥିବା ପଥର ଖଣିରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବାବେଳେ ଏହି ଅଞ୍ଚଳରେ ବେଆଇନ ପଥରଖଣି ସବୁ ଚାଲୁଥିବା ସନ୍ଦେହ କରାଯାଉଛି ।

new life
You might also like
error: Content is protected !!