News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଯୁବକ ମୃତ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବେଣୀପଥର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକର ଜୀବନ ଚାଲିଯାଇଛି । ବେଣୀପଥର ଗ୍ରାମର ବିଚିତ୍ରାନନ୍ଦ ବେହେରା(୩୪) କୌଣସି କାର୍ଯ୍ୟରେ ଯାଉଥିବା ବେଳେ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ ।ହାତୀଙ୍କ ତାଙ୍କୁ ଟେକି କଚାଡି ଦେବାରୁ ସେ ଗୁରୁତର ଭାବରେ ଆହତ ହୋଇଥିଲେ ।

ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅଵସ୍ଥା ଗୁରୁତର ହେବାରୁ କଟକ ନେବା ବେଳେ ତାଙ୍କର ବାଟରେ ମୃତ୍ୟୁ ଘଟିଛି । ଫଳରେ କିଛିଦିନ ମଧ୍ୟରେ ଏହି ବନାଞ୍ଚଳରେ ୨୮ଜଣଙ୍କର ଜୀବନ ହାତୀ ଆକ୍ରମଣରେ ଚାଲି ଗଲାଣି ।

ପ୍ରକାଶ ଥାଉକି ଗତ ୭ ତାରିଖ ଦିନ ଜୟପଙ୍ଗା ଗ୍ରାମର କରଣ ନାଏକଙ୍କ ପୁଅ ସିଦ୍ଧାନ୍ତ ନାଏକ (୨୨) ଶୌଚ କାର୍ଯ୍ୟ ପାଇଁ ଘର ନିକଟସ୍ଥ ନାଳକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଗ୍ରାମବାସୀଙ୍କ ସୂଚନା ଅନୁସାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।

new life
You might also like
error: Content is protected !!