News
WhatsApp Image 2023-10-04 at 17.25.00
samparksetu

କ୍ଷତିପୂରଣ ଦାବିରେ ରାସ୍ତାରୋକ

କଣ୍ଟାବଣିଆ ଥାନା ଅନ୍ତର୍ଗତ କଣ୍ଟାବଣିଆ ବଜାରରେ ଗତ ବୁଧବାର ଦିନ ଏକ ଟ୍ରକ ଧକ୍କାରେ ଗୁରୁତର ହୋଇଥିବା ଯୁବକ ଙ୍କ ଆଜି ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ଅଖିଳ ନାଏକ (୨୨) ।

ସେ ବୁଧବାର ଦିନ ସାନଭାଇର ଚୁଟି କାଟିବା ପାଇଁ ଭାଇଙ୍କୁ ଧରି କଣ୍ଟାବଣିଆ ବଜାରକୁ ଆସିଥିଲେ । ସାନଭାଇ ସେଲୁନରେ ଚୁଟି କାଟୁଥିବା ବେଳେ ବଡଭାଇ ଅଖିଳ ଦୋକାନ ସାମନା ରାସ୍ତାକଡରେ ଛିଡ଼ା ହୋଇଥିଲେ । ଏହି ସମୟରେ ଅଖିଳଙ୍କୁ ଏକ ଟ୍ରକ ଦୃତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ସ୍ଥଳରେ ଅଖିଳ ଗୁରୁତର ଭାବରେ ଖସି ପଡିଥିଲେ , ତାଙ୍କ ମୁଣ୍ଡ ଓ ହାତରେ ଶକ୍ତ ଆଘାତ ଲାଗିଥିଲା ।

ତାଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ପ୍ରଥମେ ବଅଁରପାଳର ଏକ ଘରୋଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଇଥିଲେ । ତାଙ୍କର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି । ତେବେ କ୍ଷତିପୂରଣ ଦାବିରେ ପରିବାର ଓ କୁରୁଣ୍ଟି ଗ୍ରାମବାସୀ ତରଫରୁ ଶବ ରଖି ୫୫ ନଂ ଜାତୀୟ ରାଜପଥ କଣ୍ଟାବଣିଆ ଛକ ଠାରେ ଅବରୋଧ କରିଥିଲେ । ତେବେ ରାସ୍ତା ଅବରୋଧ ପରେ ଟ୍ରକ ମାଲିକ ୩୦,୦୦୦ ଟଙ୍କା ନଗଦ ଆର୍ଥିକ ରାଶି ସହାୟତା ପାଇଁ ସହମତି ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ କଣ୍ଟାବଣିଆ ଓ ମୋଟଙ୍ଗା ଥାନା ଆଇଆଇସି ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ସହାୟତା ଘୋଷଣା କରିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

new life
You might also like
error: Content is protected !!