News
WhatsApp Image 2023-10-04 at 17.25.00
samparksetu

ଭୁଶୁଡ଼ିଲା ନିର୍ମାଣଧୀନ ହାଇସ୍କୁଲ ଛାତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚିରୁଳେଇ ଗ୍ରାମର ସୁଦର୍ଶନ ବିଦ୍ୟାଭବନରେ ରାଜ୍ୟ ସରକାରଙ୍କର ହାଇସ୍କୁଲ ରୂପାନ୍ତରଣ ପାଇଁ ଉନ୍ନତିକରଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ସ୍କୁଲ ଘର କାନ୍ଥ ଓ ଛାତ ଭୁଶୁଡ଼ି ପଡିଛି । ନିର୍ମାଣ କାମ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ପୁରୁଣା କାନ୍ଥ ଉପରେ ଛାତ ପକାଇବା ପାଇଁ କିପରି ଅନୁମତି ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।

ଏଥିରେ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲଗୁଡ଼ିକ ମାନ ଵୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବ୍ଳକ ଗୁଡ଼ିକରେ ଏହି କାର୍ଯ୍ୟକୁ ତଦାରଖ କରିବା ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏ ନେଇ ତୁରନ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

new life
You might also like
error: Content is protected !!