News
WhatsApp Image 2023-10-04 at 17.25.00
samparksetu

ଭୁଜାଲି ରେ ଆକ୍ରମଣ କରି ଲୁଟ

ସହରର କୋରିହାଁ ବାଇପାସ ଛକରେ ଆଜି ୨ ମୁଖା ପିନ୍ଧା ଯୁବକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟାଗ୍ ଲୁଟି ନେଇଛନ୍ତି । ଦୋଳମଣ୍ଡପ ସାହିର ରନ୍ତାକର ପାଢୀ ଲୁଟର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ରନ୍ତାକର ମୋଟଙ୍ଗା ଥାନା ଅଞ୍ଚଳର ଏକ କମ୍ପାନୀରେ କାର୍ଯ୍ୟ କରନ୍ତି । ଆଜି ସନ୍ଧ୍ୟାରେ କାମ ସାରି ବସରେ ଫେରୁଥିଲେ । କୋରିହାଁ ବାଇପାସ ଛକରେ ବସରୁ ଓହ୍ଲାଇ ବଜାର ସେ ଆସୁଥିବା ବେଳେ ହଠାତ୍ ୨ଜଣ ମୁଖା ପିନ୍ଧା ଯୁବକ ଏକ ବାଇକରେ ଦୃତ ଗତିରେ ଆସି ତାଙ୍କୁ ଅଟକାଇଥିଲେ । ବନ୍ଧୁକ ଦେଖାଇ ବ୍ୟାଗ୍ ଛଡାଇଥିଲେ ଏବଂ ଭୁଜାଲିରେ ତାଙ୍କ ହାତକୁ କ୍ରମଣ କରିଥିଲେ । ପରେ ବ୍ୟାଗ୍ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ବ୍ୟାଗ୍‌ରେ ୧୫ଶହ ଟଙ୍କା ଏବଂ ସରକାରୀ କାଗଜପତ୍ର ରହିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

new life
You might also like
error: Content is protected !!