News
WhatsApp Image 2023-10-04 at 17.25.00
samparksetu

ମାଲିକଙ୍କୁ ଘରେ ତାଲା ପକାଇ ନେଇଗଲେ ବାଇକ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସିମିନଈ ଗ୍ରାମରେ ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ଘର ମାଲିକଙ୍କୁ ତାଲା ପକାଇ ଏକ ମୋଟର ସାଇକେଲ ଚୋରି କରି ନେଇଥିବାର ଜଣାପଡିଛି । ସିମିନଈ କଲେଜ ନିକଟରେ ଥିବା ରସାନନ୍ଦ ରାଉତଙ୍କ ଘରୁ ଗୁରୁବାର ରାତିରେ ଏକ ଗ୍ଲାମର ମୋଟର ସାଇକେଲ ଚୋରି ହୋଇଥିବାର ଜଣାପଡ଼ିଛି ।

ରସାନନ୍ଦ ତାଙ୍କ ଘର ଅଗଣାରେ ନିଜର ଗ୍ଲାମର ମୋଟର ସାଇକେଲ ଗାଡିକୁ ଭିତରେ ରଖି ଗେଟ ତାଲା ପକାଇଦେଇ ଘର ଭିତରେ ଶୋଇଥିଲେ । ଦୁର୍ବୃତ୍ତ ମାନେ ଗେଟରେ ପଡିଥିବା ତାଲାକୁ କାଟି ଅଗଣା ଭିତରେ ପଶିବା ସହିତ ଘରେ ବାହାର ପାର୍ଶ୍ୱରୁ ତାଲା ପକାଇ ଗାଡି ନେଇ ଫେରାର ହୋଇଯାଇ ଥିବାର ଜଣାପଡ଼ିଛି । ଘର ମାଲିକ କବାଟ ଖୋଲି ନ ପାରିବାରୁ ମୋବାଇଲ ଯୋଗେ ପରିବାର ଲୋକଙ୍କୁ ଖବର ଦେବା ପରେ ଘର ଖୋଲା ଯାଇଥିଲା ।

ପରେ ମୋଟର ସାଇକେଲ ଚୋରି ହୋଇଥିବାର ଜଣାପଡିଥିଲା । ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ହାଟରୁ ମଧ୍ୟ ମୋଟର ସାଇକେଲ ସହିତ ମୋବାଇଲ ଫୋନ ବାରମ୍ବାର ଚୋରି ହେଉଥିବାର ଅଭିଯୋଗ ହେଉଛି । ଝାରଗାଡିଆ ଫାଣ୍ଡି ପୋଲିସ ନିରବ ଦ୍ରଷ୍ଟା ସାଜୁଥିବାର ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

new life
You might also like
error: Content is protected !!