News
WhatsApp Image 2023-10-04 at 17.25.00
samparksetu

ଭୋଜି ସାରି ଫେରୁଥିବା ବେଳେ ଦୁର୍ଘଟଣା , ୨ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ସାପୁଆ ଡ୍ୟାମକୁ ଭୋଜି କରିବାକୁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ସାପୁଆ ଡ୍ୟାମକୁ ହିନ୍ଦୋଳ ଉପଖଣ୍ଡ ଜରପଡ଼ା ଗ୍ରାମର ଅମରେନ୍ଦ୍ର ପ୍ରଧାନ (୨୫) କାରନ୍ଦା ଅଞ୍ଚଳର ଶୁଭମ ସାହୁ (୨୬) ଙ୍କ ସହିତ ଅନ୍ୟ ସାଙ୍ଗ ସାଥୀ ମାନେ ଭୋଜି କରିବାକୁ ଆସିଥିଲେ । ଭୋଜି ସରିବା ପରେ ଆନନ୍ଦ ଉଲ୍ଲାସରେ ଘରକୁ ଫେରୁଥିବା ବେଳେ ଡ୍ୟାମ ଠାରୁ କିଛି ଦୂରରେ ଯୁବକ ମାନନଙ୍କର ବାଇକ ଦୁର୍ଘଟଣା ଘଟିଥିଲା । ଫଳରେ ବାଇକ ରେ ଯାଉଥିବା ୩ଜଣ ଯୁବକ ଆହତ ହୋଇଥିଲେ ।ସ୍ଥାନୀୟ ଲୋକ ଦୁର୍ଘଟଣା ସମ୍ପର୍କରେ ରାସୋଳ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେଠାରେ ଅମରେନ୍ଦ୍ର ଏବଂ ଶୁଭମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।

new life
You might also like
error: Content is protected !!