News
WhatsApp Image 2023-10-04 at 17.25.00
samparksetu

ଦଶହରାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ଯୁବକ ଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତା ଶୁକିଆବାଉତୀ ପେଟ୍ରୋଲ ଟାଙ୍କି ନିକଟରେ ଏକ ଗଛରେ ବାଇକ ପିଟିହୋଇ ଯିବା ଫଳରେ ଜଣେ ଯୁବକ ଗୁରୁତ୍ତର ଆହାତ ହୋଇଥିଲେ । ରାସୋଳ ଥାନା ଏବଂ ରାସୋଳ ଅଗ୍ନିଶମ ବାହିନୀ ଏକ କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଘଟଣା ସ୍ଥଳରେ ରାସୋଳ ଥାନା ଓ ଅଗ୍ନିଶମ ବାହିନୀର କୌଣସି ଅଧିକାରୀ ପହଞ୍ଚି ନଥିଲେ।

ସୂଚନା ଅନୁଯାୟୀ , ବଡ଼ମ୍ବା ଥାନା ରଗଡିପଡା ଗ୍ରାମର ସଞ୍ଜୟ ନାୟକ ବୟସ ୨୬ ବର୍ଷ କୌଣସି କାମରେ ରାସୋଳ ଦେଇ ଯାଉଥିବା ବେଳେ ଗଛରେ ପିଟି ହୋଇ ଗୁରୁତର ହୋଇ ତଳେ ପଡି ଯାଇଥିଲେ। ଆହାତ ବ୍ୟକ୍ତି ଜଣଙ୍କ ଦୁଇ ଘଣ୍ଟା ଘଟଣାବସ୍ଥଳରେ ପଡ଼ିଥିଲେ ମଧ୍ୟ ରାସୋଳ ପୋଲିସ ଏବଂ ଅଗ୍ନିଶମ ବାହିନୀ ଖବର ପାଇ ନଥିଲେ କିପରି ତାହା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ଯୁବକ ଜଣଙ୍କ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ରାସୋଳ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଶହରା ପୂଜାରେ ବ୍ୟସ୍ତଥିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ସେହି ବାଟ ଦେଇ ଏକ ୧୦୮ ଆମ୍ବୁଲାନ୍ସ ଅନୁଗୋଳ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସଟି ଗୁରୁତର ସଞୟକୁ ହିନ୍ଦୋଳ ମେଡ଼ିକାଲରେ ଛାଡି ଦେଇଥିଲା। କିଛି ସମୟ ପରେ ଗୁରୁତର ସଞୟ ମୃତ୍ୟୁ ବରଣ କରିଥିବାର ସୂଚନା ମିଳିଛି । ଅପରାହ୍ନରେ ହିନ୍ଦୋଳ ପୋଲିସ ଠାରୁ ଖବର ପାଇ ରାସୋଳ ପୋଲିସ ହିନ୍ଦୋଳ ମେଡିକାଲରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରାସୋଳ ପୋଲିସ ଏବଂ ରାସୋଳ ଅଗ୍ନିଶମ ବାହିନୀର ଅବହେଳା ପାଇଁ ସଞ୍ଚୟ ନାୟକର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି।

new life
You might also like
error: Content is protected !!