News
WhatsApp Image 2023-10-04 at 17.25.00
samparksetu

ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବି

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ପୀଠ କପିଳାସ ଠାରୁ ସାଇଆଶ୍ରମ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦୁଇଟି ରାସ୍ତା କଡରେ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି । ଏହି ଶୁଖିଲା ଗଛ ପୂର୍ବରୁ ପବନ ରେ ରାସ୍ତା ଉପରେ ଡାଳ ପଡି ଅଳ୍ପକେ ବର୍ତିଥିଲେ ଯାତ୍ରୀ ।

ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡକ ଦେଇ ଶତାଧିକ ଯାନବାହାନ ଚଳାଚଳ ଓ ଯାତାୟାତ କରନ୍ତି । ରାସ୍ତା କଡରେ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ , ଯାତ୍ରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ତେଣୁ ଭବିଷ୍ୟତରେ ସମ୍ଭାବ୍ଯ ବିପଦକୁ ଏଡାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣ ଲୋକଙ୍କ ମନରେ ଦାବି ହେଉଛି l

new life
You might also like
error: Content is protected !!