News
WhatsApp Image 2023-10-04 at 17.25.00
samparksetu

ଗାଡ଼ିଆରେ ପଡ଼ି ଶିଶୁ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଳେହି ପଞ୍ଚାୟତ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ସାଢ଼େ ଚାରିବର୍ଷ ଶିଶୁର ମୃତ୍ୟୁ ଘଟିଛି । ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ , କଲଣ୍ଡା ଗାଁର ମହେଶ୍ବର ପ୍ରଧାନଙ୍କ ପୁଅ ଗାଁ ନିକଟରେ ଥିବା ଏକ ଗାଡ଼ିଆ ନିକଟରେ ଖେଳୁଥିବା ବେଳେ ସେ ସେହି ଗାଡ଼ିଆରେ ପଡିଯାଇଥିଲା । ଛୋଟପିଲା ହୋଇଥିବାରୁ ବାହାରକୁ ବାହାରି ପାରିନଥିଲା । ବହୁ ଖୋଜାଖୋଜି ପରେ ଗାଡିଆରେ ଶିଶୁଟି ଭାସୁଥିବାର ଦେଖିବାକୁ ମିଳିଥିଲା ।ପରିବାର ଲୋକେ ତାକୁ ଉଦ୍ଧାର କରି ଖଜୁରିଆକଟା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!