News
WhatsApp Image 2023-10-04 at 17.25.00
samparksetu

ଆପ୍ ର ଜିଲ୍ଲା ସମୀକ୍ଷା ବୈଠକରେ ଯୋଗଦେଲେ ରାଜ୍ୟ ପ୍ରଭାରୀ

ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭା ଗୃହରେ ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ ଏବଂ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଜିଲ୍ଲା ସାଙ୍ଗଠନିକ ସ୍ଥିତିର ସଂଜ୍ଞାନ ନେଇଥିଲେ l ତାଛଡା ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନିର୍ବାଚନ ଲଢ଼ିବାର ଗୁରୁମନ୍ତ୍ର ଦେଇଥିଲେ l

ଓଡ଼ିଶାରେ ବିକାଶ ପରିବର୍ତ୍ତେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ି ଚାଲିଛି, ଓଡ଼ିଶାରେ ଭରପୁର ଖଣିଜ ପଦାର୍ଥ ଥିବାବେଳେ ଯୁବ ବର୍ଗ ଦାଦନ ଖଟିବାକୁ ଯାଉଛନ୍ତି, ଓଡ଼ିଶାରେ ବିଜୁଳି ବଳୁଥିବାବେଳେ ଏଠି ବିଜୁଳି ମହାଙ୍ଗା ହେବା, ପର୍ଯ୍ୟଟନ ଶିଳ୍ପର ବିକାଶ ପ୍ରତି ସରକାରଙ୍କ ଅନାଗ୍ରହ, ଅନେକ ଗ୍ରାମରେ ସରକାରୀ ସ୍କୁଲ ବନ୍ଦ ହେବା ଏବଂ ଅନେକ ସ୍କୁଲରେ ଶିକ୍ଷକ ନଥିବା ଓ କଲେଜ ମାନଙ୍କରେ ଅଧ୍ୟାପକ ନଥିବା, “ଫାଇଭ ଟି” ନାମରେ ଲୋକଙ୍କୁ ଭୁଆଁ ବୁଳାଇବା ଇତ୍ୟାଦି ଏକ ପ୍ରେସ ବିବୃତିରେ ଶ୍ରୀ କାଦିଆନ କହି ବିଜେଡ଼ି ସରକାରକୁ ସମାଲୋଚନା କରିଥିଲେ ।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ଉପସଭାପତି ବିକ୍ରମ ରାଉତ, ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ, ସଂଗଠନ ସମ୍ପାଦକ ଚିନ୍ମୟ ସେନାପତି ଓ ଶଙ୍କର୍ଷଣ ଦଳାଇ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଓଡାପଡ଼ା ବ୍ଲକ ସଭାପତି ଲକ୍ଷ୍ମଣ ନାଏକ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, କାମାକ୍ଷାନଗର ବ୍ଲକ ସଭାପତି ରଞ୍ଜନ ସାହୁ, ସକ୍ରିୟ ସଦସ୍ୟ ବିନୟ ସାହୁ, ସଂଯୁକ୍ତା ମହାପାତ୍ର, ସଂଗୀତା ନାଏକ, ବିଦ୍ୟାବତୀ ମହାରଣା, ମଧୁସୂଦନ ମଲିକ, ଅଜୟ ସାହୁ, ପ୍ରକାଶ ଭୁତିଆ, ରଚିତା ନାଏକ, ଜସ୍ମିନ ନାଏକ, ଜ୍ୟୋତି ନାଏକ, ସଂଗଠକ ଜିତେନ୍ଦ୍ର ବେହେରା, ପିତାମ୍ବର ସାମନ୍ତରାୟ, ରୋହିତ ଖଟୁଆ, ବେଣୁଧର ବେହେରା, ବିଜୟ ନାଏକ, ସୁପ୍ରଭା ପତି, ଉତ୍ତରା ପତି, କ୍ୟାରୋଲିନ ପାଳ, ନିତ୍ୟାନନ୍ଦ ପଣ୍ଡା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିଧୁରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!