News
WhatsApp Image 2023-10-04 at 17.25.00
samparksetu

ଅପହରଣ ପରେ ହତ୍ୟା ସନ୍ଦେହ, ଏସପି ଙ୍କ ଦ୍ୱାରସ୍ତ ହେଲେ ପତ୍ନୀ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ଅଦେଇ ସାମଲ (୪୫) ଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ତାଙ୍କ ପତ୍ନୀ ସୋଭାଗିନି ସାମଲ ସୋମବାର ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ବେଳେ ଏସ ପି ଜ୍ଞାନରଞ୍ଜନ ମହାପାତ୍ର ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଯୋଗ୍ୟ ,ଗତ ୧୫/୧୦/୨୩ ରାତି ୯ ଟା ବେଳେ ପରଜଙ୍ଗ ଗ୍ରାମର ବିଶ୍ୱଜିତ୍ ନାୟକ (ବଣ୍ଟି) ଙ୍କ କାର ଭଡା କରି ଜଗତସିଂହପୁର ଯାଇଥିଲେ । କିନ୍ତୁ ୧୮/୧୦/୨୩ ତାରିଖ ସୁଦ୍ଧା ଅଦେଇ ଘରକୁ ନ ଫେରିବାରୁ, ତାଙ୍କ ପରିବାର ଲୋକ ଅଦେଇ ତୁମ ଗାଡ଼ି ଭଡା ନେଇ ଯାଇଥିଲେ ତୁମେ ଫେରିଲ ଅଦେଇ କୁଆଡେ ଗଲା ବୋଲି ପଚାରିଥିଲେ,ଚାଳକ ବଣ୍ଟି ଜଗତସିଂହ ପୁର ରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରେ ଛାଡ଼ି ମୁଁ ଘର କୁ ଫେରିଛି ବୋଲି ପରିବାର ଲୋକଙ୍କୁ କହିଥିଲେ ।

ପରେ ପରିବାର ଲୋକ ପୋଲିସ ପରଜଙ୍ଗ ଓ ଜଗତସିଂହ ପୁର ପୋଲିସ ସହାୟତାରେ ଜଗତସିଂହ ପୁର ଯାଇ ତାଙ୍କ ସମ୍ପର୍କୀୟ ଘର ତଲାସୀ କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇ ନଥିଲେ । ଉକ୍ତ ସମ୍ପର୍କୀୟ ମହିଳା ଓ ତାଙ୍କ ପ୍ରେମିକ ସହ ପରଜଙ୍ଗ ଗ୍ରାମର କାର ଚାଳକ ବଣ୍ଟି ମିଶି ତାଙ୍କୁ ଅପହରଣ କରିବା ସହ ଜୀବନରୁ ମାରିଦେଇଥିବା ସନ୍ଦେହ କରୁଛନ୍ତି ତାଙ୍କ ପତ୍ନୀ ।ପ୍ରାୟ ୧୭ ଦିନ ବିତି ଯାଇଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ପାରିନାହିଁ ।

ଏହି ବିଷୟର କାର ଚାଳକ ବିଶ୍ୱଜିତ୍ ନାୟକ (ବଣ୍ଟି) କୁହନ୍ତି ୧୫ ତାରିଖରେ କାର ଭଡା ନେଇ ଅଦେଇ ସାମଲ ଙ୍କୁ ନେଇ ରାତି ୯ ରେ ଜଗତସିଂହପୁର ଯାଇଥିଲି । ସେଠାରେ ସେ ମୋତେ ପାଖରେ ଥିବା ମେଡିକାଲ ରେ ଛାଡ଼ି ନିଜେ କାର ନେଇ ଗଲେ କିନ୍ତୁ ଆଉ ସେଦିନ ଫେରିଲେ ନାହିଁ । କିମ୍ବା ଫୋନ୍ ଉଠାଇଲେ ନାହିଁ । ପରେ ସେ ୧୭ ତାରିଖରେ ଫୋନ୍ ଉଠାଇ ଖୁଣ୍ଟୁଣି ରେ ଥିବା କଥା କହିଥିଲେ । ରାତିରେ ଜଗତସିଂହପୁର ଯାଇ ସେହି ସମ୍ପର୍କୀୟ ଘରକୁ ସେଠାରେ ଆଦେଇ କୁ ଛାଡ଼ି କାର ରେ ସୋଇଥିଲେ ବଣ୍ଟି ।୧୮ ତାରିଖ ସକାଳେ ସେ ଘର କୁ ଯାଇଥିଲେ ଘର ତାଲା ପଡ଼ିଥିବାରୁ ବଣ୍ଟି ପରଜଙ୍ଗ ତାଙ୍କୁ ଛାଡି ପଳେଇ ଆସିଥିବା ପୋଲିସ କୁ କହିଛି ।

new life
You might also like
error: Content is protected !!