News
WhatsApp Image 2023-10-04 at 17.25.00
samparksetu

ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଭାପୁର ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶିବିର ରେ ବ୍ଯାଙ୍କର ଶାଖା ପରିଚାଳକ ଜିତେନ୍ଦ୍ର ନାରାୟଣ ପାଲ ଏବଂ ସହ ପରିଚାଳକ ସୁବ୍ରତ କୁମାର ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

କୃତି ପ୍ରତିଯୋଗୀ ମାନଙ୍କୁ ୟୁକୋ ବ୍ୟାଙ୍କ ତରଫରୁ ବିଦ୍ୟାଳୟର ଅଧ୍ଧକ୍ଷ ଚନ୍ଦ୍ରଶେଖର ପଣ୍ଡା ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶାଖା ପରିଚାଳକ ଉପସ୍ଥିତ ଶିବିରାର୍ଥି ମାନଙ୍କୁ ଶପଥ ପାଠ କରାଇଥିଲେ। ଅନ୍ଯମାନଙ୍କ ମଧ୍ୟରେ ଅଧ୍ଯାପିକା ମୋନାଲି ରାଉତରାୟ,ଶୁଭଶ୍ରୀ ପଟ୍ଟନାୟକ, ମୋନାଲିସା ସାହୁ ଉପସ୍ଥିତ ଥିଲେ। ଅଧ୍ୟାପକ ସୁନିଲ୍ ମହାପାତ୍ର ମଂଚ ପରିଚାଳନା କରିଥିବା ବେଳେ ବରିଷ୍ଠ କିରାଣୀ ରସାନନ୍ଦ ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

new life
You might also like
error: Content is protected !!