News
WhatsApp Image 2023-10-04 at 17.25.00
samparksetu

ଜଣେ ଶିକ୍ଷକରେ ଚାଲିଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ

ଗଁଦିଆ ବ୍ଲକ୍ ଅନ୍ତର୍ଗତ କାଶୀପୁର ପଞ୍ଚାୟତର ଆଦିବାସୀ ଅଂଚଳ ଗହ୍ମାରିଆ । ଏହି ଗ୍ରାମରେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ଓ ସାମଗ୍ରିକ ଉନ୍ନତୀ ପାଇଁ ପ୍ରତିଷ୍ଠିତ ହୋଇଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ। ୧ମରୁ ୫ମ ଶ୍ରେଣୀ ରହିଥିବାବେଳେ ପିଲା ସଂଖ୍ୟା ୬୧ ଓ ଶିକ୍ଷକ ସଂଖ୍ୟା ଏକ I

ଜଣେ ମାତ୍ର ଶିକ୍ଷକରେ ଚାଲିଛି ଦୀର୍ଘଦିନ ଧରି ଏହି ବିଦ୍ୟାଳୟ ଫଳରେ ଏଠାରେ କିଭଳି ଶିକ୍ଷାଦାନ ଚାଲୁରହିଛି ତାହା ବେଶ ଅନୁମେୟ। ଆଦିବାସୀ ଅଂଚଳରେ ଶିକ୍ଷାର ବିକାଶ ଦିଗରେ ସରକାରୀ ଉଦାସୀନତାର ଏହା ଏକ ଜ୍ଵଳନ୍ତ ଉଦାହରଣ। ବାରମ୍ଵାର ଏହି ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ । ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

new life
You might also like
error: Content is protected !!