News
WhatsApp Image 2023-10-04 at 17.25.00
samparksetu

ନକଲି ଡାକ୍ତରଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା କାରଣରୁ ଏହାର ସୋଯୋଗ ନେଇ କିଛି ନକଲି ଡାକ୍ତର ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ କେରଜୁଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ କଲିକତା ରାଜ୍ୟର ରାକେଶ ବିଶ୍ୱାସ ନାମକ ଯୁବକ ବିନା ଡାକ୍ତରୀ ପଢ଼ାରେ ସ୍ୱାସ୍ଥ୍ୟ ସେବା କରୁଥିବା ନକଲି ଡାକ୍ତର ଦେଖୁବାକୁ ମିଳିଥିଲା ।ଏହି ଖବର ସାଧାରଣରେ ଆଲୋଚନା ହେବାପରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ ସେହି ନିର୍ଦ୍ଦିଷ୍ଟ କ୍ଲିନିକକୁ ଯାଇ ଦେଖିବାକୁ ପାଇଲେ ସେଠି ଜଣେ ଯୁବକ ଚିକିତ୍ସା କରୁଛନ୍ତି ।ଗତକାଲି କଙ୍କଡ଼ାହାଡ଼ ପୋଲିସ ଯୁବକ ଜଣକୁ ଥାନାରେ ଅଟକ ରଖି ରଖିଥିଲେ ।ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଲା ରାକେସ ବିଶ୍ୱାସ ଦୀର୍ଘ ବର୍ଷ ହେଲାଣି କେରଜୁଳି ଗ୍ରାମରେ ରହି ଚିକିତ୍ସା କରୁଥିଲେ ।ଆଜି କଙ୍କଡାହାଡ଼ ଥାନାରେ ନକଲି ଡାକ୍ତର ରାକେସ ବିଶ୍ୱାସଙ୍କ ନାଁରେ ଟୁକୁନ ବିଶ୍ୱାଳ,ରଞ୍ଜିତ କୁମାର ସାହୁ ଅଭିଯୋଗ କଲାପରେ କଙ୍କଡାହାଡ଼ ପୋଲିସ ଅଭିଯୁକ୍ତ ରାକେସଙ୍କ କ୍ଲିନିକକୁ ଯାଇ ତଦନ୍ତ କରି ଔଷଧ ଓ ଅନ୍ୟାନ୍ୟ କାଗଜପତ୍ର ତଦନ୍ତ କରିବା ପାଇଁ ଆଣିଥିଲେ ।

ଅପରାହ୍ନ ୫.୩୦ ରେ କଙ୍କଡାହାଡ଼ ପୋଲିସ ଅଭିଯୁକ୍ତ ନକଲି ଡାକ୍ତର ରାକେସ ବିଶ୍ୱାସକୁ କାମାକ୍ଷାନଗର କୋର୍ଟ ଫରୁଆଡ କରିଛନ୍ତି ।ସେହିପରି ରୋଡ଼ଙ୍ଗ ଗାଁରେ ଅନ୍ୟ ଜଣେ କଲିକତା ରାଜ୍ୟର ନକଲି ଡାକ୍ତର ସୋମନ ସରକାର ସ୍ୱାସ୍ଥ୍ୟ ସେବା କରୁଥିବା ପୋଲିସ ଖବର ପାଇ କ୍ଲିନିକ ପାଖରେ ପହଁଚିଲା ବେଳକୁ ନକଲି ଡାକ୍ତର ବାବୁ ଫେରାର ହେଇ ଯାଇଥିଲେ।

ଏ ସଂକ୍ରାନ୍ତରେ କଙ୍କଡ଼ାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା କହିଛନ୍ତି ଅଭିଯୋଗ ଆଧାରରେ ନକଲି ଡାକ୍ତର ରାକେସ କୁ ଗିରଫ କରାଯାଇ ଅଦାଲତ ଚାଲଣ କରାଜାଥିବା ବେଳେ ଅନ୍ୟ ଅଭିଯୁକ୍ତ ସୋମନ ସରକାର ଫେରାର ଅଛି ଅତିଶୀଘ୍ର ତାଙ୍କୁ ଗିରଫ କରାଯିବ ।ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି ସେ ନକଲି ଡାକ୍ତରକୁ ଗିରଫ କରାଯାଇଛି ଭବିଷ୍ୟତରେ ଏ ଭଳି ନକଲି ଡାକ୍ତରଙ୍କ ପାଖକୁ ଲୋକମାନେ ନଯିବା ପାଇଁ ସେ ନିବେଦନ କରିଛନ୍ତି ।ଯେଉଁଠି ଏ ଭଳି ନକଲି ଡାକ୍ତର ଥିବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଅନୁରୂପ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଦିଲ୍ଲୀପ କୁମାର ବିଶ୍ବାଳ କହିଲେ ଲୋକମାନଙ୍କୁ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଉପରେ ଏପଟେ ସଚେତନ କରାଯାଉଛି କିନ୍ତୁ ବେଳେବେଳେ ଲୋକମାନେ ଏ ଭଳିଆ ଠକ ଲୋକଙ୍କ ଶିକାର ହେଉଛନ୍ତି ।ତେଣୁ ଏହା ଉପରେ ଅଧିକ ସଚେତନ କରାଯିବ ତାସଙ୍ଗକୁ ସରକାରୀ ସ୍ୱାସ୍ଥ୍ୟ ସେବା ଅଛି ।ଫେରାର ଥିବା ଅନ୍ୟ ଅଭିଯୁକ୍ତ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!