News
WhatsApp Image 2023-10-04 at 17.25.00
samparksetu

ନାତି ବେକରେ ଛୁରି ଲଗାଇ ଲୁଟ

ଭୁବନ ଥାନା ବାଲିବୋ ପଞ୍ଚାୟତ ଗରୁଡ଼ବନ୍ଧି ଗ୍ରାମ ରେ ଘରେ ପସି ଲୁଟିନେଲେ ସାଠିଏ ହଜାର ଟଙ୍କା ଓ ଚାରି ଭରି ସୁନା । ଏପରି ଘଟଣା ଘଟିଛି ଗରୁଡବନ୍ଦୀ ରାଉତ ସାହିରେ । ଶୁକ୍ରବାର ରାତ୍ରୀ ଗୋଟାଏ ସମୟରେ ତିନି ଜଣ ଲୁଟେରା ମୁହଁରେ ଗାମୁଛା ଘୋଡାଇ ଗ୍ରାମର ବିଜୟ ରାଉତ ଘରେ ପସିଥିଲେ ।

ଲୁଟେରାମାନେ ପ୍ରଥମେ ବିଜୟ ରାଉତ ଓ ତାଙ୍କ ସ୍ତ୍ରୀ ଶୋଇଥିବା ଘରେ ବାହାର ପଟୁ କବାଟ ବନ୍ଦ କରିଥିଲେ । ପରେ ବିଜୟ ରାଉତଙ୍କ ବୋହୁ ଓ ନାତି ଶୋଇଥିବା ଘରେ ପସି ନାତୀ ବେକରେ ଛୁରା ଦେଖାଇ ଆଲମାରୀ ତାଡି ସେଥିରୁ ଷାଠିଏ ହଜାର ଟଙ୍କା ଓ ଚାରି ଭରି ସୁନା ଲୁଟିନେଇ ପଳାଇବାରେ ସକ୍ଷମ ହୋଇଥିଲେ । ଏ ସମ୍ପର୍କରେ ଶନିବାର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତଦନ୍ତ ସମୟ ରେ ଜଣାପଡିଛି ଯେ ସେହି ଗ୍ରାମ ମୁଣ୍ଡା ସାହି କୁଶ ନାୟକ ପୋଲିସ ନିକଟରେ ଅଭିଯୋଗ କରିଥିଲେ କି ତାଙ୍କ ଘରୁ ଚୋରି ହୋଇଛି । କିନ୍ତୁ ତଦନ୍ତ ସମୟ ରେ ଦେଖାଗଲା କି କୁଶର ଧାନ କଟା ଦାଆ ଏବଂ ଗାମୁଛା ପଡିଥିବାର ଜଣାଯାଇଛି ।

new life
You might also like
error: Content is protected !!