News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଆଜି ଅପରାହ୍ନ ଦୁଇଟା ସମୟରେ ହିନ୍ଦୋଳ ଏନଏସି ୱାର୍ଡନଂ -୩ ଚମ୍ପତିସାହି ଛକ ନିକଟରେ ଚମ୍ପତି ସାହିର ସରୋଜ ସାମଲ(୩୫)ଙ୍କ ବାଇକ ସହ ହିନ୍ଦୋଳ ବ୍ଲକ ପାଟଲା ପଂଚାୟତର ପ୍ରଶ୍ନ ଖୁଣ୍ଟିଆଙ୍କ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ପାଟଲା ଗ୍ରାମର ବିଜୟ ଖୁଣ୍ଟିଆଙ୍କ ମୃତ୍ୟୁ ଘଟିଥିବା ବେଳେ ସରୋଜ ସାମଲ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ସ୍ଥାନୀୟ ଜନସାଧାରଣ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଭୟଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ଡାକ୍ତର ସେଠାରେ ବିଜୟଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆହତ ସରୋଜଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ଖବର ପାଇ ହିନ୍ଦୋଳ ଥାନା ଅଧିକାରିଣୀ ଶ୍ରୀମତୀ ଚାରୁଲତା ବେହେରାଙ୍କ ନିର୍ଦ୍ଦେଶ କ୍ରମେ ହିନ୍ଦୋଳ ପୋଲିସ ଦୁର୍ଘଟଣାଗ୍ରସ୍ତ ହିରୋହୋଣ୍ଡା ବାଇକ କୁ ଜବତ କରି ଅନ୍ୟ ବାଇକ ହୋନେଟ କୁ ଖୋଜିବା ସହ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି ।

new life
You might also like
error: Content is protected !!