News
WhatsApp Image 2023-10-04 at 17.25.00
samparksetu

ଶୌଚ ହେବାକୁ ଯାଇଥିଲେ ,ଦଳିଦେଲା ଦନ୍ତା !

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମଣିଷ ମରିବା ଦୈନନ୍ଦିନ ଘଟଣା ପାଲଟିଛି l ଆଜି ସନ୍ଧ୍ୟା ୫ ଘଟିକା ସମୟରେ ହିନ୍ଦୋଳ ଏନଏସି ୱାର୍ଡ ନଂ – ୯ ପୁରୁଷଶୋତମପୁର ଗ୍ରାମର ନାରାୟଣ ନାଏକ(୫୮) ଶୌଚ ହେବାକୁ ନିଜ ବାଡ଼ିକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିବାର ଜଣା ପଡ଼ିଛି ।

ଫଳରେ ନାରାୟଣଙ୍କ ବାମ ଗୋଡ଼ ଦୁଇ ଖଣ୍ଡ ହୋଇଯିବା ସହ ଗୁରୁତର ଆହତ ହୋଇଥିଲେ । ତାଙ୍କ ପାଟି ଶୁଣି ପରିବାର ଲୋକ ତୁରନ୍ତ ତାଙ୍କୁ ହିନ୍ଦୋଳ ଡାକ୍ତରଖାନା ଆଣିଥିଲେ ମାତ୍ର କିଛି ସମୟ ଭିତରେ ନାରାୟଣ ନାଏକଙ୍କ ମୃତ୍ୟୁ ହୋଇ ଯାଇଥିଲା ।ଖବର ପାଇ ବନବିଭାଗ କର୍ମଚାରୀ ମାନେ ଆସି ହାତୀକୁ ଘଉଡ଼ାଇବା ସହମୃତ ନାରାୟଣ ଙ୍କ ପରିବାର କିଭଳି କ୍ଷତିପୂରଣ ପାଇପାରିବେ ସେଦିଗରେ ଉଦ୍ୟମ କରିଛନ୍ତି ।

ହିନ୍ଦୋଳ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଏକ ମାମଲା ରୁଜ୍ଜୁ କରିଛନ୍ତି । ହିନ୍ଦୋଳ ରେ ଦୈନନ୍ଦିନ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହେଉଥିଲେ ମଧ୍ୟ ବନବିଭାଗର ସ୍ଥାଣୁତା ଓ ଅପାରଗତା ପାଇଁ ହିନ୍ଦୋଳ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

new life
You might also like
error: Content is protected !!