News
WhatsApp Image 2023-10-04 at 17.25.00
samparksetu

କଁଅଳ ବୟସରେ ଦାରୁଣ ଦୁଃଖ ; ଭିକ୍ଷା ବୃତ୍ତିରେ ବନ୍ଧା ଶୈଶବ

ସହର ମଧ୍ୟରେ ଭିକ୍ଷାବୃତ୍ତି କରୁଛନ୍ତି ନିରୀହ ଶିଶୁ । ତଥାପି ଅଧିକାରୀ ଙ୍କ ଆଢୁଆଳରେ ରହିଛି ଏହି ଘଟଣା । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସହର ବାସୀ । ଶିଶୁ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ସହର ମଧ୍ୟରେ ଏଭଳି ଦୃଶ୍ୟ ଦେଖିଲେ ସବୁ ଯୋଜନା ଯେପରି ନିଶ୍ଚିନ୍ନ ପରି ମନେହୁଏ । ତେବେ କିଛି ମାସ ତଳେ ଖୋଦ୍ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସବୁ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ଥିଲେ ହେଲେ ଢେଙ୍କାନାଳ ଜିଲ୍ଲାରେ ଏଭଳି କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟକାରୀ ହୋଇ ନଥିବା ସହର ବାସୀ ଜଣାଇଛନ୍ତି । ପରିବା ବଜାର ହେଉ, କିମ୍ବା ଓଭର ବ୍ରିଜ ବା ହେଉ ପେଟ୍ରୋଲ ଟାଙ୍କି ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଏଭଳି ଶିଶୁ ଭିକ୍ଷା ବୃତ୍ତିର ଦୃଶ୍ୟ ଦେଖିବାକୁ ମିଳୁଛି ।

ସେହିପରି ରେଳଷ୍ଟେସନ ରୁ ଆସି କିଛି ପରିବାର ଷ୍ଟେସନ ନିକଟରେ କିଛିଦିନ ରହି ତାଙ୍କ ପିଲାଙ୍କୁ ସେହି ନିକଟ ଅଞ୍ଚଳରେ ଭିକ୍ଷା ବୃତ୍ତି ପାଇଁ ପ୍ରବର୍ତାଇବା ସ୍ଥାନୀୟ ଅଞ୍ଚଳବାସୀ ଙ୍କ ଠାରୁ ଜଣାଯାଇଛି । ଯଦି ଏଭଳି ପରିବାର ଏବଂ ଶିଶୁଙ୍କ ନିମନ୍ତେ କୌଣସି ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନନିଆଁ ଯିବ ତେବେ ଏହି ଶିଶୁ ଆଗାମୀ ଦିନରେ ଦେଶପାଇଁ ଏକ ନକରାତ୍ମକ ଭବିଷ୍ୟତ ଆଣିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।

new life
You might also like
error: Content is protected !!