News
WhatsApp Image 2023-10-04 at 17.25.00
samparksetu

ବେପାରୀଙ୍କ ପୁଷ ମାସ, ଗ୍ରାହକଙ୍କ ପକେଟ ନାସ

ନିରାମିଷ ଖାଦ୍ୟର ଗୁରୁତ୍ୱ ପବିତ୍ର କାର୍ତ୍ତିକ ମାସରେ ଟିକିଏ ଅଧିକ ରହିଥାଏ । ଏପରିକି ପଞ୍ଚୁକ ଆରମ୍ଭ ଦିନରୁ ଆମିଷ ନିଷେଧ ସହ କିଛି ପରିବାରରେ ପିଆଜ ରସୁଣ ମଧ୍ୟ ରୋଷେଇ ରେ ବ୍ୟବହାର ହୋଇନଥାଏ । ଗ୍ରାମ ଗୁଡିକରେ କାର୍ତ୍ତିକେୟ ପୂଜା ସହ ରାସ ଆରମ୍ଭ ହୋଇଥାଏ ତେଣୁ ପ୍ରାୟ ମାସସାରା ବିଭିନ୍ନ ସ୍ଥାନରେ ହରିହାଟ ର ଆୟୋଜନ ହୋଇଥାଏ । ତେଣୁ ଅନ୍ୟମାସ ଅପେକ୍ଷା ଏହି ମାସରେ ପରିବା ର ଚାହିଦା ବେସ୍ ଅଧିକ ରହିଥାଏ । ହେଲେ ଏହାର ପ୍ରଭାବ ପରିବା ବଜାରରେ ସିଧାସଳଖ ଭାବେ ପଡିଥିବାର ଦେଖା ଦେଇଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପରିବା ମାର୍କେଟ ରେ ପରିବା ଦର ଆକାଶ ଛୁଆଁ । ଆବଶ୍ୟକ ଅଧିକ ଥିବାରୁ ବାଧ୍ୟ ହୋଇ ଚଢା ଦରରେ କିଣୁଛନ୍ତି ଗ୍ରାହକ । ଅନ୍ୟପଟେ ନିଜେ ଅମଳ କରି ଚାଷୀ ସଠିକ ମୂଲ୍ୟ ପାଉନଥିବା ବେଳେ ତାଙ୍କଠାରୁ ଆଣି ବେପାରୀ ମାଲେମାଲ ହେଉଛନ୍ତି ।

” ଏହା ଅମଳ ଋତୁ ନୁହେଁ ଅନ୍ୟପଟେ ଲୋକଙ୍କ ଆବଶ୍ୟକତା ଅଧିକ ରହିଛି, ସେହିପରି ଗ୍ରାମରେ ହରିହାଟ ହେତୁ ଟାଉନ କୁ ଅଳ୍ପ ପରିବା ଆସୁଛି ତେଣୁ ଅନ୍ୟଦିନ ଅପେକ୍ଷା ଦର ଟିକିଏ ଅଧିକ ଅଛି ” ବୋଲି କହିଛନ୍ତି ପରିବା ବ୍ୟବସାୟୀ କୁସୁମା ମଲ୍ଲିକ । ଅନ୍ୟପଟେ ସହରର ଜଣେ ଗୃହିଣୀ ପଦ୍ମିନୀ ମିଶ୍ର ଙ୍କ କହିବା ଅନୁଯାୟୀ ପରିବା ଦର ଯେତେହେଲେ ବି ନ ଆଣିଲେ ନଚଳେ, ତେଣୁ ଏନେଇ ଗୋଟିଏ ନିର୍ଧାରିତ ମୁଲ୍ୟ ସ୍ଥାନୀୟ ଅଧିକାରୀ ଚୁକ୍ତି କରିବା ଆବଶ୍ୟକ ରହିଛି ନଚେତ ମାସସାରା ର ଖର୍ଚ୍ଚ ପରିବାରେ ହିଁ ଖର୍ଚ୍ଚ ହୋଇଯାଉଛି ।

new life
You might also like
error: Content is protected !!