News
WhatsApp Image 2023-10-04 at 17.25.00
samparksetu

ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲା ଗ୍ରାମପଞ୍ଚାୟତର କଂସରକୁଟୁ ସାହିର କସଟୁ ପ୍ରଧାନଙ୍କର ପୁତ୍ର ଶ୍ରୀନିବାସ ପ୍ରଧାନ ୪୫ ବର୍ଷ ବୟସ ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି l ୫ ଦିନ ପୂର୍ବରୁ ଘର ଭିତରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି ।

ମାତ୍ର ଆଜି ତାଙ୍କ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକମାନେ ସ୍ଥାନୀୟ ସରପଞ୍ଚ ଓ ନିକଟସ୍ଥ ବାଲିମି ଥାନା କୁ ଜଣାଇ ଥିଲେ ଫଳରେ ଖବର ପାଇ ବାଲିମି ଥାନା ଅଧିକାରୀ ଏବଂ ପ୍ରଶାସନ ତରଫରୁ ହିନ୍ଦୋଳ ତହସିଲଦାର ଘଟଣା ସ୍ଥଳରେ ପହଂଚି ଗ୍ରାମର କେତେକ ଲୋକଙ୍କ ଦ୍ଵାରା କବାଟ ଫିଟାଇ ଶବକୁ ଉଦ୍ଧାର କରି ଜବତ କରିଥିଲେ ଏବଂ ତହସିଲଦାରଙ୍କ ଉପସ୍ଥିତରେ ବାଲିମି ପୋଲିସ ହିନ୍ଦୋଳ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ବାଲିମି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ଅନୁସନ୍ଧାନ ଚଳାଇଛନ୍ତି । ମାତ୍ର ଶ୍ରୀନିବାସଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ସନ୍ଦେହରେ ଗ୍ରାମବାସୀ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି

new life
You might also like
error: Content is protected !!