News
WhatsApp Image 2023-10-04 at 17.25.00
samparksetu

ଜନ ପ୍ରତିନିଧି ଠୁ ସରକାରୀ ଅଧିକାରୀ ସମସ୍ତେ ଚୁପ୍, ପୌରଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛି କିଏ ?

ଢେଙ୍କାନାଳ ପୌରପାଳିକାର ପିଛା ଛାଡ଼ୁନି ଦୁର୍ନୀତି । ଲାଇଟ , ସଫେଇ ଠାରୁ ଆରମ୍ଭ କରି ଡ୍ରେନ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ବାରମ୍ବାର ଛନ୍ଦି ହେଉଛି ଢେଙ୍କାନାଳ ପୌରପାଳିକା । ବିଗତ ଦିନରେ ଅଲୌକିକରଣ କାର୍ଯ୍ୟ ରେ ୧୭ ଲକ୍ଷ ର ହିସାବ ମିଳିନଥିବା ବେଳେ ଟାକ୍ସ କଲେକ୍ସନ ରେ ୧୦ ରସିଦ ବହି ଗାୟବ ହୋଇଯାଇଥିଲା । ଏପରିକି ଜଣେ ପୌର କର୍ମଚାରୀ ଗିରଫ ହୋଇଥିବା ବେଳେ ସେ ଏକା ଏଥିରେ ନାହାନ୍ତି ସମସ୍ତେ ମିଳିମିଶି ଖାଇଛନ୍ତି ବୋଲି ଗୋଟିଏ ଚିଠିରେ ଉଲ୍ଲେଖ କରିଥିଲେ । ହେଲେ ସମସ୍ତେ ପଣସ ଖାଇ ଜଣଙ୍କ ମୁଣ୍ଡରେ ଅଠା ବୋଳି ଗିରଫ କରାଗଲା ବୋଲି ଜଣାଯାଇଥିଲା ।

ଅନ୍ୟପଟେ ବର୍ଷାଜଳ ଅମଳ ପ୍ରକଳ୍ପ ରେ ହରିଲୁଟ ପ୍ରସଙ୍ଗ କେଉଁ ଫାଇଲ ତଳେ ଚାପି ହୋଇଯାଇଛି ତାହାର ଟେର ପାଉନାହାନ୍ତି କେହି। ୨ କୋଟି ୩୩ ଲକ୍ଷ ଟଙ୍କାରେ ୫୫୧ ଟି ପ୍ରକଳ୍ପ ହୋଇଥିବା ବେଳେ ଏହା ବ୍ୟାପକ ଅନିୟମିତତା ନେଇ ଭିଜିଲାନ୍ସ ରେ ଅଭିଯୋଗ ହୋଇଥିଲା । ବିଭିନ୍ନ ଯୋଜନା ଆଳରେ ହୋଇଥିବା ଏହି ବର୍ଷା ଅମଳ ପ୍ରକଳ୍ପ କାର୍ଯ୍ୟ ୧ ବର୍ଷ ଭିତରେ ସବୁଆଡେ ଉଜୁଡି ନିଶ୍ଚିନ୍ନ ହୋଇଗଲାଣି । ସେହିପରି ପୌରପାଳିକାର ବିଭିନ୍ନ ୱାର୍ଡ ରେ ଡ୍ରେନ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ଅଭିଯୋଗ ବିଭିନ୍ନ ୱାର୍ଡରେ ଦେଖା ଦେଇଛି । ତେବେ ଏସବୁ ଭିତରେ ପୌରପାଳିକା ର ଜଣେ ମହିଳାଯନ୍ତ୍ରୀଙ୍କ ନା ବାରମ୍ବାର ବିବାଦକୁ ଆସିଥିବା ସହର ଭିତରେ ଖୁବ ଚର୍ଚ୍ଚା ବିଷୟ ପାଲଟିଛି, ବିଭିନ୍ନ ସରକାରୀ ଦପ୍ତର ରେ ତାଙ୍କର ଖୁବ ଚଳୁଥିବା ଚର୍ଚ୍ଚା । ନବ ନିର୍ମିତ ଠିକାଦାର ଙ୍କୁ କାମଦେଇ ଅଟକଳ ଠୁ ଅଧିକ ଵିଲ୍ ହୋଇଥିବା ବିଗତ ଦିନରେ କିଛି ଖବରକାଗଜରେ ମଧ୍ୟ ପ୍ରକାଶ ପାଇଥିଲା । ତେବେ ଏତେ ଦୁର୍ନୀତି ସତ୍ୱେ ଯନ୍ତ୍ରୀ ଙ୍କ ବିରୋଧରେ ସରକାରୀ ଅଧିକାରୀ ହୁଅନ୍ତୁ ବା ରାଜନେତା କେହି ବି ମୁହଁ ଖୋଲିବାକୁ ନାରାଜ । ପଇସା ଆଳ କିମ୍ବା ଭୋଟ ଭୟ ରେ ରାଜନେତା ଚୁପ୍ ବୋଲି ସହର ସାରା ଚର୍ଚ୍ଚା ।

ତେବେ ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ, ଭିଜିଲାନ୍ସ ଏବଂ ମୋ ସରକାର ଙ୍କୁ ସହର ବାସୀ ଜଣାଇଥିଲେ ହେଲେ ଅଭିଯୋଗ ର ବର୍ଷବର୍ଷ ବିତିଯାଇଥିଲେ ମଧ୍ୟ ହେଉନି କୌଣସି କାର୍ଯ୍ୟାନୁଷ୍ଠାନ ତେଣୁ ସାଧାରଣ ଲୋକଙ୍କ ଭରସା ବିଭିନ୍ନ ମହଲରୁ ଉଠିବାରେ ଲାଗିଛି । ତେବେ ଏଭଳି ଜନ ଅସନ୍ତୋଷ ହେତୁ ବିଭିନ୍ନ ରାଜନେତା ଙ୍କ ଉପରେ ମଧ୍ୟ ଜନ ସାଧାରଣ ଙ୍କ ଆକ୍ରୋସ ବଢ଼ିବାରେ ଲାଗିଛି । ତେବେ ଏହା ଆଗାମୀ ନିର୍ବାଚନ ରେ କିଛିଟା ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

new life
You might also like
error: Content is protected !!