News
WhatsApp Image 2023-10-04 at 17.25.00
samparksetu

ଖତ ଖାଉଛି ଭେଣ୍ଡିଙ୍ଗ ଜୋନ୍ ; ରାସ୍ତା ଉପରେ ଉଠା ଦୋକାନୀ

ଭେଣ୍ଡିଙ୍ଗ ଜୋନ୍ ରେ ଝୁଲୁଛି ତାଲା ପୁଣି ରାସ୍ତା କଡରେ ଲାଗିଲାଣି ଉଠା ଦୋକାନୀଙ୍କ ଭିଡ଼ । ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଉଠା ଦୋକାନୀଙ୍କୁ ସ୍ଥାନାନ୍ତରିତ ବ୍ୟବସ୍ଥା କରାଯିବା ବ୍ୟବସ୍ଥା ନେଇ ଗଢି ଉଠିଛି ଭେଣ୍ଡିଙ୍ଗ ଜୋନ୍ ହେଲେ ତାହା ଏବେ ଖତ ଖାଇବାକୁ ବସିଲାଣି ।


ପ୍ରାୟ ଅଢେ଼ଇ ବର୍ଷ ତଳେ ସହରର ବାଜିଚୌକ, କୁଞ୍ଜକାନ୍ତ ଏବଂ ଯୁବୁଲି ଟାଉନ ଅଞ୍ଚଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ଭେଣ୍ଡିଙ୍ଗ ଜୋନ ନିର୍ମାଣ କରାଯାଇଥିଲା ହେଲେ ଏହି ଭେଣ୍ଡିଙ୍ଗ ଜୋନରେ ଝୁଲୁଛି ତାଲା । କେଉଁଠି ଟିଣ ଖତ ଖାଇ ଗଲାଣି ତ କେଉଁଠି ଲତାବୁଦାରେ ହଜିଗଲାଣି । ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଉଠାଦୋକାନୀ ଙ୍କ ହେତୁ ସହରର ମୁଖ୍ୟ ରାସ୍ତା ଜାମ୍ ହେବାରେ ଲାଗିଛି । ସହରରେ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ ରାସ୍ତା ଉପରେ ଉଠାଦୋକାନୀ ଅନ୍ୟପଟେ ଖତ ଖାଉଛି ଭେଣ୍ଡିଙ୍ଗ ଜୋନ ତେବେ କାହା ସ୍ୱାର୍ଥ ରେ ଏହି କୋଟିକୋଟି ଟଙ୍କାର ହୋଇଛି ଖର୍ଚ୍ଚ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା।

new life
You might also like
error: Content is protected !!